ପଞ୍ଜାବ ସିଏମ ଭଗୱନ୍ତ ମାନ୍‌ଙ୍କ ଘୋଷଣା – ଦୁର୍ନୀତି ଅଭିଯୋଗ ପାଇଁ ତାଙ୍କ ହ୍ୱାଟ୍ସଆପ୍ ନମ୍ବର ଦେବେ

ଚଣ୍ଡିଗଡ଼ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଏକ ବଡ ଘୋଷଣା କରିଛନ୍ତି ଯେ, ସେ ରାଜ୍ୟରେ ଭ୍ରଷ୍ଟାଚାରକୁ ବରଦାସ୍ତ କରିବେ ନାହିଁ । ଗୁରୁବାର ଦିନ ଏକ ଟ୍ୱିଟ୍‌ରେ ସେ କହିଛନ୍ତି ଯେ, ପଞ୍ଜାବ ସରକାରଙ୍କ ପକ୍ଷରୁ ଭାଗତ ସିଂଙ୍କ ଶହୀଦ ଦିବସରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ପ୍ରଦାନ କରାଯିବ, ଯାହା ମୋର ବ୍ୟକ୍ତିଗତ ହ୍ୱାଟ୍ସଆପ୍ ନମ୍ବର ହେବ । ଯଦି କେହି ଆପଣଙ୍କଠାରୁ ଲାଞ୍ଚ ମାଗନ୍ତି, ତେବେ ଏହାର ଏକ ଭିଡିଓ / ଅଡିଓ ରେକର୍ଡିଂ କରନ୍ତୁ ଏବଂ ଏହାକୁ ଏହି ନମ୍ବରରେ ମୋତେ ପଠାନ୍ତୁ । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଣୁ ଏଣିକି ପଞ୍ଜାବରେ ଦୁର୍ନୀତି କାମ କରିବ ନାହିଁ ।

ଭଗୱନ୍ତ ମାନ୍‌ ଗୁରୁବାର ଅପରାହ୍ନରେ ଟ୍ୱିଟରରେ ଲେଖିଛନ୍ତି ଯେ, ପଞ୍ଜାବର ଲୋକଙ୍କ ସ୍ୱାର୍ଥକୁ ନେଇ ଆଜି ଏକ ବଡ ନିଷ୍ପତ୍ତି ନିଆଯିବ । ପଞ୍ଜାବ ଇତିହାସରେ କେହି ଆଜି ପର୍ୟ୍ୟନ୍ତ ଏପରି ନିଷ୍ପତ୍ତି ନେଇ ନଥିବେ । ମୁଁ ଏହାକୁ ଶୀଘ୍ର ଘୋଷଣା କରିବି । ଏହା ପରେ ସେ ଦୁର୍ନୀତି ଅଭିଯୋଗ ପାଇଁ ନମ୍ବର ପ୍ରକାଶ କରିବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.