oom

ପୌର ପରିଷଦ ନିର୍ବାଚନୀ ମଇଦାନରେ ଆହୁରି ବଢ଼ୁଛି ଉଷ୍ଣତା : ନିଜ ସପକ୍ଷରେ ଭୋଟର୍‌ଙ୍କୁ ଟାଣିବା ପାଇଁ ପ୍ରମୁଖ ଦଳଙ୍କ ବଳ କଷାକଷି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ପରିଷଦ ନିର୍ବାଚନୀ ମଇଦାନରେ ଆହୁରିି ଉଷ୍ଣତା ବଢ଼ିବାରେ ଲାଗିଛି । ନିଜ ସପକ୍ଷରେ ଭୋଟର୍‌ଙ୍କୁ ଟାଣିବା ପାଇଁ ପ୍ରମୁଖ ଦଳଙ୍କ ବଳ କଷାକଷି ଏବେ ଜୋର୍‌ ଧରିଛି ନିର୍ବାଚନ ରଣାଙ୍ଗନରେ । ଲୋକଙ୍କ ମଧ୍ୟରେ ଚର୍ଚ୍ଚା ବି ଜବର୍‌ ହେବାରେ ଲାଗିଛି । ବଲାଙ୍ଗିର ପୌର ପରିଷଦ ମଧ୍ୟରେ ରହିଥିବା ଐତିହ୍ୟ ସଂପନ୍ନ ଜଳାଶୟଗୁଡ଼ିକ ନର୍ଦ୍ଦମା ପାଲଟି ସାରିଥିବା ବେଳେ ସହର ତଳି ଅଂଚଳରେ ଡ୍ରେନେଜ୍‌ ସିଷ୍ଟମ୍‌ ଏ ପର୍ଯ୍ୟନ୍ତ ପହଂଚି ପାରିନାହିଁ । ଅନ୍ୟପଟେ ଯେଉଁଠି ଡ୍ରେନେଜ୍‌ ସିଷ୍ଟମ୍‌ ରହିଛି, ସଫା ସୁତୁରା ଅଭାବରୁ ଅଧିକାଂଶ ସ୍ଥାନ ଦୁର୍ଗନ୍ଧରେ ଫାଟି ପଡ଼ୁଛି । ଭୋଟର୍‌ଙ୍କ ଏଭଳି ଚର୍ଚ୍ଚା ଭିତରେ ଧସେଇ ପଶୁଛି ହୁଡ଼ୁଡ଼ୁଡ଼ୁ ହୋଇ ପୌର ନିର୍ବାଚନ । ପ୍ରମୁଖ ଦଳର ହେଭି ୱେଟ୍‌ ନେତାମାନଙ୍କ ଶ୍ରେୟ ନେବାରେ ଖେଳ ଆର୍‌ପାର୍‌ । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ସମୃଦ୍ଧ ଯୋଜନା ଓ ବିକାଶମୁଖୀ ସମସ୍ତ ସକ୍ରିୟତାର ସଫଳତା ମୁଣ୍ଡେଇ ବିଜେଡ଼ି ଭୋଟର୍‌ଙ୍କ ଆଗରେ ଭୋଟ୍‌ ମାଗିବା ପାଇଁ ହାଜର୍‌ ହେଉଛି ତ’ ଅନ୍ୟପଟେ ବଲାଙ୍ଗିର ବିକାଶର ଛବି ଦେଖାଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ପ୍ରାର୍ଥୀଙ୍କ ଆଡ଼କୁ ଭୋଟର୍‌ଙ୍କୁ ଟାଣିବାକୁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ପ୍ରଚାର ମଇଦାନରେ ଟିକିଏ ଧିମା ପଡ଼ିଯାଇଥିବା ବିଜେପି ଏବେ ମିସ୍‌ ଇଣ୍ଡିଆ ପ୍ରତ୍ୟାଶା ଆରୋରାଙ୍କୁ ନେଇ ରଂଗୀନ ମାହୋଲରେ ଭୋଟର୍‌ଙ୍କୁ ଆକର୍ଷିତ କରିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ପ୍ରଚାର ବେଳେ ଭୋଟର୍‌ଙ୍କ ଗତିବିଧିକୁ ଠଉରେଇବା ବି ଏବେ ମୁସ୍‌କିଲ ହୋଇ ପଡ଼ିଛି । ବିଜେଡ଼ିର ହେଭି ୱେଟ୍‌ ନେତାଙ୍କୁ ଯେଭଳି ଭବ୍ୟ ସମ୍ବର୍ଦ୍ଧନା ଦେଉଛନ୍ତି ଭୋଟର୍‌ ସେଭଳି କଂଗ୍ରେସର ଟାଣୁଆ ନେତାଙ୍କୁ ଗୁହାରୁଛନ୍ତି ନିଜ ଦୁଃଖସୁଖ । ଦେଖାଯାଉ, ବଲାଙ୍ଗିର ପୌରାଂଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଭିତରେ କାହାର କପାଳ ଉଜ୍ୱଳତା ପ୍ରମାଣ କରି ବିଜୟର ସୁନାକଳସ ସାଉଁଟିବ !

jittmm
Leave A Reply

Your email address will not be published.