୨୧ ଦିନର ମହାଯୁଦ୍ଧ : ତଥାପି କିଭ୍‌କୁ ଅକ୍ତିଆର କରି ପାରିନି ରୁଷ୍‌

ନୂଆଦିଲ୍ଲୀ : ୨୧ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । ତଥାପି କିଭ୍‌କୁ ଅକ୍ତିଆର କରି ପାରିନି ରୁଷ୍‌ । ରୁଷ୍‌ର ତନାଘନା ଆକ୍ରମଣରେ ୟୁକ୍ରେନ୍‌ରେ ପ୍ରତି ମୁହୂର୍ତ୍ତରେ ବାରୁଦ ବର୍ଷୁଛି । ସଂପୂର୍ଣ୍ଣ ଧ୍ୱଂସ ହୋଇ ସାରିଲାଣି ୟୁକ୍ରେନ୍‌ ଦେଶ । ଏତିକି ପରେ ବି ୟୁକ୍ରେନ୍‌ ସୈନ୍ୟ ରୁଷ୍‌କୁ ରୋକିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଅଥଚ ଯୁଦ୍ଧ ବିଷାରଦମାନଙ୍କ ମତରେ ଆଉ ଅଳ୍ପ କିଛି ସମୟ ମଧ୍ୟରେ କିଭ୍‌କୁ ସଂପୂର୍ଣ୍ଣ ଅକ୍ତିଆର୍‌ କରିବାରେ ସଫଳତା ହାସଲ କରିପାରେ ରୁଷ୍‌ । ସାରା ବିଶ୍ୱରେ ଏହି ଯୁଦ୍ଧକୁ ନେଇ ତୁତୁ ମେଁମେଁ ଆରମ୍ଭ ହୋଇଥିବା ବେଳେ ରୁଷ୍‌ ୟୁରୋପୀୟ ଦେଶଗୁଡ଼ିକର ପ୍ରତିବନ୍ଧକ ପାଇଁ ଆର୍ଥିକ ଭାବେ ବେଶ୍‌ ଦୁର୍ବଳ ହେବାରେ ଲାଗିଛି । ତଥାପି ଜିଦ୍‌ରେ ଅଟଳ ରହିଛି ରୁଷ୍‌ । ୟୁକ୍ରେନ୍‌ ଅକ୍ତିଆର ତାର ଏକମାତ୍ର ଲକ୍ଷ୍ୟ । ୟୁକ୍ରେନ୍‌ ଛାଡ଼ି ନିକଟତମ ଦେଶଗୁଡ଼ିକୁ ପାଖାପାଖି ୨୦ ଲକ୍ଷ ୟୁକ୍ରେନୀ ଚାଲି ଯାଇ ସାରିଛନ୍ତି । ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ଏବେ ସରକାର କର୍ଫ୍ୟୁ ଜାରି କରିଥିବା ବେଳେ କିଭ୍‌ ସହରର ନିହାତି ନିକଟରେ ରୁଷ୍‌ ସେନା ଚାରିପଟୁ ଘେରି ସାରିଛନ୍ତି ।

Leave A Reply

Your email address will not be published.