ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୫୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୫, ବରଗଡରୁ ୧, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, କଟକରୁ ୩, ଦେବଗଡରୁ ୩, ଗଜପତିରୁ ୯, ଗଞ୍ଜାମରୁ ୩, ଯାଜପୁରରୁ ୨, କନ୍ଧମାଳରୁ ୧, କେନ୍ଦ୍ରପଡାରୁ ୩, କେଉଁଝରରୁ ୧, ଖୋର୍ଦ୍ଧାରୁ ୮, କୋରାପୁଟରୁ ୩ ମୟୁରଭଞ୍ଜରୁ ୭, ନବରଙ୍ଗପୁରରୁ ୧, ନୂଆପଡାରୁ ୧, ସମ୍ବଲପୁରରୁ ୧୩, ସୁବର୍ଣ୍ଣପୁରରୁ ୨, ସୁନ୍ଦରଗଡରୁ ୬ ଓ ଷ୍ଟେଟ ପୁଲ୍‌ରୁ ୨ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.