oom

ଡି.କର୍ଲାଖୁଣ୍ଟା ଠାରେ ସି.ଆର.ପି.ଏଫ ତରଫରୁ ଜନ ସମ୍ପର୍କ ଶିବିର

jsmm

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଡି.କର୍ଲାଖୁଣ୍ଟା ପଞ୍ଚାୟତ ଠାରେ ଏଫ/୬୪ ସିଆରପିଏଫ୍ ଦ୍ୱାରା “ସିଭିକ ଆକ୍ସନ ପ୍ରୋଗ୍ରାମ” ଆୟୋଜିତ ହୋଇଯାଇଛି । କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରିବା ସହ ସୁସମ୍ପର୍କ ରଖି ଗ୍ରାମବାସୀଙ୍କୁ ଠିକ୍ ରାସ୍ତାରେ ଚାଲିବାକୁ ଉତ୍ସାହିତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର କନ୍ଦେଗାଁ, ପୁଡେଲକୁନା, ବୋରଭଟା, ଝରନଡୁଙ୍ଗୁରୀ, ଉଲିମୁଣ୍ଡା ଡି.କର୍ଲାଖୁଣ୍ଟା ଗ୍ରାମରୁ ଏକଶହରୁ ଅଧିକ ଲୋକ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଟି ଆଇ.ଜି.ପି. ଓଡିଶା ସଂଗ୍ରାମ କେଶରୀ ମହାନ୍ତି ଓ ବିପ୍ଳବ ସରକାର କମାଡେଣ୍ଟ କଳାହାଣ୍ଡିଙ୍କ ତତ୍ୱବାଧାନ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ୬୪ ବାଟାଲିଅନ ମ .ରାମପୁର ଆସିଷ୍ଟେଣ୍ତ କମାଡେଣ୍ଟ ସୁବାସ କୁମାର, ସମ୍ମାନିତ ଅତିଥି ଭାବେ ମୋହନଗିରି ବାଟାଲିଅନ ଆସିଷ୍ଟେଣ୍ଡ କମାଡେଣ୍ଟ ଯୁଗଳ କିଶୋର ମହାପାତ୍ର ଯୋଗ ଦେଇ ଗ୍ରାମବାସୀମାନେ ନିଜ ନିଜର ମଙ୍ଗଳ ପାଇଁ ଚେଷ୍ଟା କରିବା ସହ ସରକାରକୁ ବି ସହାୟତା କରିବା ସଂଗେ ସଂଗେ ଦେଶର ହିତ ଓ ଦେଶର ବିକାଶରେ ସହଭାଗୀ ହୁଅନ୍ତୁ ବୋଲି ଉଦବୋଧନ ଦେଇଥିଲେ । ଏଥିରେ ସିଆରପିଏଫ୍ ତରଫରୁ ପୂର୍ଣ୍ଣ ସହାୟତା କରାଯିବ । ଯୁବଗୋଷ୍ଠୀଙ୍କୁ ଦେଶ ସେବାପାଇଁ ସିଆରପିଏଫରେ ଯୋଗ ଦେବାକୁ କହିଥିଲେ । ଅନ୍ୟତମ ଅତିଥି ଭାବେ ସରପଞ୍ଚ ସ୍ନିଗ୍ଧା ରଣା, ଏମ.ବି.କେ ରଞ୍ଜିତା ପଧାନ, ସମାଜସେବୀ ତଥା ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ, ପୂର୍ବତନ ମାନେକେରା ସରପଞ୍ଚ ଫକୀର ରଣା, ସମାଜସେବୀ ହେମରାଜ ପଧାନ, ବିକାଶ ଅଧିକାରୀ କୁନୁ ଛାତ୍ରିଆ ଓ ସାମ୍ବାଦିକ ସରୋଜ କୁମାର ସାହୁ ମଞ୍ଚାସୀନ ଥିଲେ । ଏହି ଅବସରରେ ୫୦ ଜଣ ଗ୍ରାମବାସୀଙ୍କୁ ରେଡ଼ିଓ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.