csstore

ମଣ୍ଡପ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେହେରାପାଲି ଶିବ ମନ୍ଦିର ପାର୍ଶ୍ବରେ ଭକ୍ତମାନଙ୍କର ସୁବିଧା ନିମନ୍ତେ ଏକ ମଣ୍ଡପର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାମ ସଂକୀର୍ତନ, ହୋମ ଯଜ୍ଞ, ଅନ୍ନଭୋଗ ହୋଇ ଏହାକୁ ଲୋକାର୍ପଣ କରାଯାଇଥିଲା । ଏହି ମଣ୍ଡପକୁ ସମ୍ବଲପୁରଠାରେ ରହୁଥିବା ଗ୍ରାମର ଭାଗିରଥି ସାହୁ ନିଜସ୍ୱ ଖର୍ଚ୍ଚରେ ନିର୍ମାଣ କରିଛନ୍ତି । ସେହିପରି ବାଙ୍ଗାଲୋରଠାରେ ଚାକିରି କରୁଥିବା ଦୀପକ ରଞ୍ଜନ ସାହୁ ଗାଁର ପୋଖରୀର ମହିଳା ଘାଟରେ ମହିଳାମାନଙ୍କ ସୁବିଧା ନିମନ୍ତେ ଏକ ମହିଳା ପ୍ରସାଧନ କକ୍ଷ ନିର୍ମାଣ କରି ନିଜ ମାତା ବିନୋଦିନୀ ସାହୁଙ୍କ ଦ୍ବାରା ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଚନ୍ଦ୍ର ଶେଖର ବାରିକ, ସରପଞ୍ଚ ଅଞ୍ଜଳୀ ପଧାନ, ଲଳିତ କୁମାର ସାହୁ, ଭାଗିରଥି ସାହୁ, ହେମସାଗର ସାହୁ, କେଦାରନାଥ ସାହୁ, ଦୀପକ ରଂଜନ ସାହୁ, ମନୀଷ କୁମାର ସାହୁ, ସୁଦୀପ ବାରିକ, ଟେକଚାନ୍ଦ ମେହେର, ବିଶ୍ବନାଥ ସାହୁ, ସୌରଭ ସାହୁଙ୍କ ସହ ବହୁ ଭକ୍ତ ଉପସ୍ଥିତ ଥିଲେ । ଗାଁ ପୋଖରୀ ଓ ମନ୍ଦିର ସନ୍ନିକଟରେ ଜନ ସାଧାରଣଙ୍କ ସୁବିଧା ପାଇଁ ନିର୍ମାଣ କରିଥିବାରୁ ଗ୍ରାମବାସୀ ଉଭୟଙ୍କୁ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.