ଛତିଶଗଡରେ ସୁରକ୍ଷା ବାହିନୀ ଉପରେ ନକ୍ସଲଙ୍କ ଆକ୍ରମଣ : ଜଣେ ଆଇଟିବିପି ଅଧିକାରୀ ସହିଦ

ରାୟପୁର : ସୋମବାର ଦିନ ଛତିଶଗଡର ନକ୍ସଲ-ହିଟ୍ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏକ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ଆଇଟିବିପି) ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ବସ୍ତର ଅଞ୍ଚଳର ଇନ୍ସପେକ୍ଟର ଜେନେରାଲ୍ ସୁନ୍ଦରରାଜ ପି. ସୋମବାର କହିଛନ୍ତି ଯେ, ଆଇଟିବିପି ସହକାରୀ ସବ୍-ଇନ୍ସପେକ୍ଟର ରାଜେନ୍ଦ୍ର ସିଂ ଶହୀଦ ହୋଇଛନ୍ତି ଏବଂ ସୋନପୁର ପୋଲିସ ଷ୍ଟେସନ ଅଂଚଳରେ ସୋନପୁର ଏବଂ ଢେ଼ାଣ୍ଡ୍ରିବେଡା ଗ୍ରାମ ମଝିରେ ଲଗାଯାଇଥିବା ପ୍ରେସର ବୋମା ମାଡ ହେବା ପରେ ହାବିଲଦାର ମହେଶ ଆହତ ହୋଇଛନ୍ତି । ସୋନପୁର ଜିଲ୍ଲା ଓ ଢେ଼ାଣ୍ଡ୍ରିବେଡା ଗ୍ରାମ ମଝିରେ ସଡକ ନିର୍ମାଣ କାର୍ୟ୍ୟର ସୁରକ୍ଷା ପାଇଁ ସୋନପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଆଇଟିବିପିର ୫୩ତମ ବାଟାଲିୟନର ଟିମ୍‌କୁ ଆଜି ସକାଳେ ପଠାଯାଇଥିଲା ବୋଲି ସୁନ୍ଦରରାଜ କହିଛନ୍ତି । ଯେତେବେଳେ ଦଳର ଯବାନମାନେ ଘଟଣାସ୍ଥଳରେ ପହଂଚିଥିଲେ, ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ପ୍ରେସର ବୋମା ଉପରେ ସେମାନଙ୍କର ଗୋଡ଼ ପଡ଼ି ଯାଇଥିଲା, ଯାହାଦ୍ୱାରା ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଆଇଟିବିପି ଅଧିକାରୀ ଶ୍ରୀ ସିଂହ ସହିଦ ହୋଇଥିଲେ ଏବଂ ମହେଶ ଆହତ ହୋଇଥିଲେ ।ଆହତ ଯବାନ ଏବଂ ଅଧିକାରୀଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି । ଆହତ ଯବାନଙ୍କୁ ନାରାୟଣପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଉନ୍ନତ ଚିକିତ୍ସା ପାଇଁ ରାୟପୁରକୁ ପଠାଯାଉଛି । ସେ କହିଛନ୍ତି ଯେ, ଏହି ଅଞ୍ଚଳରେ ନକ୍ସଲଙ୍କ ବିରୋଧରେ ଅପରେସନ ଜାରି ରହିଛି ।

Leave A Reply

Your email address will not be published.