ନନ୍ଦିନୀ ମଲିକ ହେଲେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପଦବୀ ନିର୍ବାଚନ ରବିବାର ପଞ୍ଚାୟତ ଭବନ ଠାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗଠନ କରିବା ପାଇଁ ସ୍ଥିର କରାଯାଇଥିଲା । ୠତକାଲି ସକାଳେ ବାଲିଗୁଡା ବ୍ଲକ ୧୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲିକ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ସମୁଦାୟ ୧୮ଟି ଜୋନରୁ ୧୩ଟିରେ ଜିଲ୍ଲା ପରିଷଦ ସଭ୍ୟ ଆସନ ହାତେଇ ଥିବା ବେଳେ ୩ଟି କଂଗ୍ରେସ ଓ ୨ଟିରେ ବିଜେପି ଆସନ ହାତେଇଥିଲା । ବିଜେଡି ପକ୍ଷରୁ ୩ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ଚର୍ଚ୍ଚାକୁ ଆସୁଥିବା ବେଳେ ନନ୍ଦିନୀ ମଲିକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବି ହାତେଇଛନ୍ତି । ଏନେଇ ଖଜୁରୀପଡା ବ୍ଲକ ଚେୟାରମ୍ୟାନ ଅନିମା କହଁରଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, କନ୍ଧମାଳ ଜିଲ୍ଲାପାଳ ଡ଼ା. ବୃଦା ଡିଙ୍କ ଉପସ୍ଥିତରେ ଘୋଷଣା କରାଯାଇଥିଲା । ଘୋଷଣା ସମୟରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବାଲିଗୁଡାରେ ପହଂଚିବା ପରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରାରେ ସମଗ୍ର ସହର ପରିକ୍ରମା କରିଥିଲେ ।

Leave A Reply

Your email address will not be published.