ରାଜପୁର ଗ୍ରାମରେ ମାଗଣା ହୋମିଓପାଥିକ ଚିକିତ୍ସା ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଳକ ଅନ୍ତର୍ଗତ ରାଜପୁର ଗ୍ରାମର ଗୌଡ ସାହି କୋଠଘର ଠାରେ ଛତ୍ରପୁର ରୋଟାରୀ କ୍ଲବ ସୌଜନ୍ୟରେ ଏକ ମାଗଣା ହୋମିଓପାଥିକ ଚିକିତ୍ସା ସେବା ଶିବିରର ଆୟୋଜନ ହୋଇଯାଇଛି । ଛତ୍ରପୁର ତାଡେପଲ୍ଲୀ ସାହି ସ୍ଥିତ ଶ୍ରୀରାମ ହୋମିଓ ହଲ ସହଯୋଗରେ ଆୟୋଜିତ ଏହି ଶିବିରରେ ଡାକ୍ତର ସୂର୍ଯ୍ୟମଣି ଗୌଡ ଉପସ୍ଥିତ ରହି ଶତାଧିକ ରୋଗୀଙ୍କୁ ଦେଖିବା ସହ ଔଷଧ ବିତରଣ କରିଥିଲେ । ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତି, ପୂର୍ବତନ ସଭାପତି ନିରଞ୍ଜନ ପାତ୍ର ଓ ସମାଜସେବୀ କେ. ହୃଷିକେଶ ରାଓ ଏହି ଶିବିରର ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.