ୟୁକ୍ରେନରୁ ସୁରକ୍ଷିତ ଭାବରେ ଘରକୁ ଫେରିଲେ ବରଗଡର ଦୁଇ ଛାତ୍ରଛାତ୍ରୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ୟୁକ୍ରେନର ଖାର୍‌କିଭ ସହରରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବରଗଡ ଜିଲ୍ଲାର ଦୁଇ ମେଡିକାଲ ଛାତ୍ର ଛାତ୍ରୀ ଗତକାଲି ନିଜର ଜନ୍ମ ମାଟିକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଗତକାଲି ଅପରାହ୍ନ ୨ ଘଣ୍ଟା ସମୟରେ ଇଣ୍ଡିଗୋ ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ଉଭୟ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କେମ୍ପ ନିବାସୀ ଦୋରା ମାଣ୍ଡା ସୁବ୍ରମନ୍ୟମ୍ ଓ ମାଣ୍ଡା ନିର୍ମଳା ଦେବୀଙ୍କ ବଡ ଝିଅ ମାଣ୍ଡା ଜ୍ୟୋତିଶ୍ୱରି ଓ ବରଗଡ ମିନି ଷ୍ଟାଡିୟମ୍ ପଛ ପେଟ ରହୁଥିବା ଦିଲିପ କୁମାର ଦାଶ ଓ ଭାରତୀ ଦେବତାଙ୍କ ପୁଅ ଆୟୁଷ ଦାଶ ପହଞ୍ଚିବା ପରେ ସେଠାରେ ଓଡ଼ିଶା ସରକାରଙ୍କ ତରଫରୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଝାରସୁଗୁଡ଼ାର ତେଲୁଗୁ କମ୍ୟୁନିଟି ୱେଲ୍‌ଫେୟାର ଆସୋସିଏସନ୍ ଓଡିଶାର ସଭାପତି କେ. ରାମକ୍ରିଷ୍ଣା ଓ ତାଙ୍କ କର୍ମକର୍ତ୍ତା, ଅତାବିରା କୋଶଳ ଆନ୍ଧ୍ର କଲଚରାଲ ଏସୋସିଏସନ୍‌ର ସଭାପତି ଡି. ମୁରଲୀ କ୍ରିଷ୍ଣା, ଉପ ସଭାପତି କେ.ପି. ଶ୍ରୀନିବାସ, ସମ୍ପାଦକ ଦୋରା ମାଣ୍ଡା ସୁବ୍ରମନ୍ୟମ୍, ବରଗଡରୁ ପ୍ରତାପ ଦାଶ ଓ ଉଭୟଙ୍କ ପରିବାର ବର୍ଗ ସେମାନଙ୍କୁ ସ୍ବାଗତ କରିଥିଲେ । ନିଜର ଜନ୍ମ ମାଟିକୁ ସୁରକ୍ଷିତ ଭାବରେ ଫେରି ଆସିବା ପରେ ଉଭୟ ଡାକ୍ତରୀ ଛାତ୍ର ଛାତ୍ରୀ ବେଶ ଆଶ୍ବସ୍ତ ଅନୁଭବ କରିଛନ୍ତି ।

Leave A Reply

Your email address will not be published.