oom

କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା : ଜିଲ୍ଲା ଓଜେୟୁ ସଂଘ ଓ ସଇଁତଲା ବ୍ଲକ ସାମ୍ବାଦିକ ସଂଘ ତରଫରୁ ବଲାଙ୍ଗିର ଏସ.ପି.ଙ୍କୁ ଦାବୀପତ୍ର ପ୍ରଦାନ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକରେ କାର୍ୟ୍ୟରତ ସାମ୍ବାଦିକ ବିଶାଳ କୁମାର ଅଗ୍ରୱଲଙ୍କ ଉପରେ ବିଜେଡି ନେତାଙ୍କ ଦାଦାଗିରି ଓ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ ନେଇ ଆଜି ବଲାଙ୍ଗିର ଜିଲ୍ଲା ଓଜେୟୁ ସଂଘ ଓ ସଇଁତଲା ସାମ୍ବାଦିକ ସଂଘ ତରଫରୁ ସଇଁତଲା ଥାନା ଅଧିକାରୀ ଅବନୀ ସାହୁଙ୍କ ଜରିଆରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ, ନାରୀକଟା ଗ୍ରାମର ବୁଲୁ କୁମ୍ଭାର ବେଆଇନ ଭାବରେ ରେଳ ଟିକେଟ କଳାବଜାର ଚଲାଇ ଆସୁଥିବା ବେଳେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ଚଢ଼ାଉ କରି ତଦନ୍ତ ଜାରି ରଖିଛି । ଏ ନେଇ ଖବର ପ୍ରକାଶ ପାଇବା ପରେ ବ୍ଳକର କାର୍ଯ୍ୟରତ ସାମ୍ବାଦିକ ବିଶାଳଙ୍କୁ ଫୋନ ମାଧ୍ୟମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ପ୍ରତିନିଧି ରାଜକିଶୋର ଡାଙ୍ଗ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରମୋଦ ସେଲମା, ସାମ୍ବାଦିକ ନାରାୟଣ ସାହୁ, ତରୁଣ ବେହେରା, ରାଖାଲ ଶତପଥୀ, ଆଲୋକ ସାହୁ, ଅଭିନାଶ ନନ୍ଦ, ରଞ୍ଜନ ବାଗ, ପ୍ରଶାନ୍ତ ମେହେର ପ୍ରମୁଖ ଥାନା ଅଧିକାରୀଙ୍କ ଜରିଆରେ ବଲାଙ୍ଗିର ଏସପିଙ୍କୁ ଓଡିଶା ସାମ୍ବାଦିକ ସଂଘ ଓ ସଇଁତଲା ସାମ୍ବାଦିକ ସଂଘ ତରଫରୁ ଦାବୀପତ୍ର ପ୍ରଦାନ କରିଛନ୍ତି କରିଛନ୍ତି । ଏହା ସହିତ ବିଜେଡି ନେତାଙ୍କ ଗିରଫ ଦାବୀ ନେଇ ଆଗାମୀ ଦିନରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ସଂଘ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯିବ ବୋଲି ନିଷ୍‌ପତ୍‌ତ୍ତି ନିଆଯାଇଛି ।

jittmm
Leave A Reply

Your email address will not be published.