ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟାଳୟରେ ଏକ ଜରୁରୀ ସମାବେଶ ଗତକାଲି ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଏନ୍ଏସିର ବହୁ କର୍ମୀ ବିଜେଡ଼ି ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ବୋଲି ଭାଜପା ଦଳୀୟ ମୁଖପାତ୍ରଙ୍କଠାରୁ ମିଳିଥିବା ଏକ ପ୍ରେସ ବିଜ୍ଞପ୍ତିରୁ ଜଣାଯାଇଛି । ଛତ୍ରପୁର ସହରାଞ୍ଚଳର ୧ ନମ୍ବର ୱାର୍ଡର ପୁତିଗୋପାଳପୁର ରେଡ୍ଡୀ ସଂଘ ସଭାପତି ଟି. ଗଣେଶ ରେଡ୍ଡୀ ପି.ଦାସୁ, ଗୌରୀଶଙ୍କର ନାହାକ, ଏ. ରାଜେଶ ରେଡ୍ଡୀ, ପି. ପାପା ରାଓ, ପି. କାନ୍ତା, ଟି. ଜଗଦୀଶ,ଏସ.ଗୋପୀ, ଟି. ଅନୀଲ କୁମାର, କେ. ସୀମାଦ୍ରୀ, ଏନ. ଗିରିବାବୁ, ପି. ନରସିମୁଲୁ, ସି.ଏଚ୍.ନାରାୟଣ ରେଡ୍ଡୀ, ଶମ୍ଭୁ ଶଙ୍କର ସାମନ୍ତରାୟ, ଏ. ନାରାୟଣ ରେଡ୍ଡୀ, ପି. ପାପେୟା ରେଡ୍ଡୀ,
ଏନ. ଆଦିଙ୍କ ସମେତ ବହୁ ବିଜେଡି କର୍ମୀମାନେ ଆନୁଷ୍ଠାନିକ ଭାବେ ବିଜେପି ଦଳରେ ଯୋଗ ଦେଇଛନ୍ତି ବୋଲି କୁହାଯାଇଛି । ପଞ୍ଚାୟତରାଜ ଦିବସ ଅବସରରେ ବିଜେଡି ପକ୍ଷରୁ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ଦିବସ ସାମାରୋହ ପାଳନ କରାଯାଇଥିବା ବେଳେ ସେହିଦିନ ବିଜେଡି ଦଳରୁ ବାହାରି ଭାଜପାରେ ସାମିଲ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଗତକାଲି ଭାଜପା ପକ୍ଷରୁ ଛତ୍ରପୁର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଶ୍ରୀ କର ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛତ୍ରପୁର ନଗର ଉପାଧ୍ୟକ୍ଷ ତଥା ମଣ୍ଡଳପ୍ରଭାରୀ ବସନ୍ତ କୁମାର ବେହେରା, ଛତ୍ରପୁର ଏନ୍ଏସି ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ମଣ୍ଡଳ ସାଧାରଣ ସମ୍ପାଦକ ଅମରେଶ ମହାରଣା, ମଣ୍ଡଳ ସଭାପତି ପଦ୍ମଚରଣ ପରିଡା, ରାଜ୍ୟ କାର୍ଯ୍ୟକାରିଣୀ କୃଷକମୋର୍ଚ୍ଚା ସଦସ୍ୟ ବିଜୟ କୁମାର ମୁଦୁଲି, ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
Next Post