ନୃଶଂସ ହତ୍ୟାକାଣ୍ଡ : ସାନଭାଇକୁ ହତ୍ୟା କଲା ବଡ଼ଭାଇ

ବଲାଙ୍ଗିର : ବଲାଙ୍ଗିର ସହରରେ ଏକ ନୃଶଂସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ରକ୍ତ ସଂପର୍କର ସାନଭାଇକୁ ହତ୍ୟା କରିଛି ବଡ଼ଭାଇ । ଏହି ଘଟଣା ଘଟିଛି ବଲାଙ୍ଗିର ସହର ଚମାରପଡାରେ । ସୂଚନା ଅନୁଯାୟୀ, ଯୋଶେଫ ରୋହିଦାସ ଗତକାଲି ମଦପିଇ ବଡ଼ଭାଇ ରାଜୀନଙ୍କୁ ଗାଳିଗୁଲଜ କରୁଥିଲେ । ହଠାତ୍‌ ବଡଭାଇ ରାଜୀନ ରାଗିଯାଇ ସାନଭାଇ ଯୋଶେଫଙ୍କ ତଣ୍ଟିଚିପି ଦେଇଥିଲେ । ଘଟଣାସ୍ଥଳରେ ଯୋଶେଫଙ୍କର ମୃତ୍ୟୁ ହୋଇଥିବା ବେଳେ, ପରିବାର ଲୋକେ ବଞ୍ଚିଥିବ ଭାବି ହସ୍‌ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଶବକୁ ଘରକୁ ଆଣିଥିଲେ । ଏବେ ବି ଶବ ଘର ଭିତରେ ପଡ଼ିରହିଥିବା ଜଣାପଡିଛି । ପୁଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ପୁଲିସ ବଡ଼ଭାଇ ରାଜୀନକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.