oom

ଶିବ ବରଦାନୀ ଭବନ ଉଦଘାଟନ ସମାରୋହ : ଶାନ୍ତି ଶୋଭା ଯାତ୍ରା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ଵ ରଚୟିତା ସୁଖ-ଶାନ୍ତି ପବିତ୍ରତାର ଦାତା ସଦକଲ୍ୟାଣକାରୀ ଜ୍ଞାନର ସାଗର ନିରାକାର ପରମାତ୍ମା ଶିବ ବାବାଙ୍କର ଅପାର କରୁଣାରୁ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସେବା କେନ୍ଦ୍ର ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀଯ ବିଶ୍ଵବିଦ୍ୟାଳୟ, ଘୋରଡିଆ ଶାଖାର ସ୍ଥାୟୀ ସେବା କେନ୍ଦ୍ର ଶିବ ବରଦାନୀ ଭବନର ନୂତନ ଗୃହ ଫାଲଗୁନ ଶୁଳ୍କ ଦ୍ଵିତୀୟା ଶୁକ୍ରବାର ପୂର୍ବାହ୍ନରେ ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମାକୁମାରୀ ଅଧ୍ୟାପିକା ଡକ୍ଟର ପ୍ରତିଭା ମହାରଥୀ, ମୁଖ୍ୟବକ୍ତା ରୂପେ ରାଜଯୋଗୀନୀ ବ୍ରହ୍ମାକୁମାରୀ ଲୀନା ଦିଦି ପ୍ରମୁଖ ଯୋଗଦେଇ ବିଶ୍ଵକଲ୍ୟାଣକାରୀ ପରମାତ୍ମା ଶିବବାବାଙ୍କର ଅପାର କରୁଣା ସମ୍ପର୍କରେ ଆଲୋକପାତ କରିଥିଲେ । ସର୍ବପ୍ରଥମେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀଯ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିରାଟ ଶାନ୍ତି ଶୋଭାଯାତ୍ରା ଘୋରଡିଆ ବଜାରରୁ ବାରବାଟୀ ପର୍ଯ୍ୟନ୍ତ ଯାଇ ଶିବ ବରଦାନୀ ଭବନ ସଭାସ୍ଥଳୀରେ ସମବେତ ହୋଇଥିଲେ । ଏହି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଇଶ୍ଵରୀଯ କୃପାଲାଭ ପାଇଁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ, ବ୍ରହ୍ମାକୁମାରୀ ଭକ୍ତ ସାମିଲ ହୋଇଥିଲେ । ଏଥିରେ ବ୍ରହ୍ମାକୁମାରୀ ଦୀପକ, ବ୍ରହ୍ମାକୁମାରୀ ସୁଶାନ୍ତ, ବ୍ରହ୍ମାକୁମାରୀ ମହେଶ୍ଵର, ବ୍ରହ୍ମାକୁମାରୀ ବ୍ରହ୍ମାଣ୍ଡ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିବ ବରଦାନୀ ଭବନର ବ୍ରହ୍ମାକୁମାରୀ କୁନ୍ତଳା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.