csstore

ଗାତଖୋଳି ଗଛ ନ ପୋତିବା ପର୍ଯ୍ୟନ୍ତ ତୁମେ କେବଳ କୁହାଳିଆ ପାଲଟିଛ : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଋଷ-ୟୁକ୍ରେନ ଯୁଦ୍ଧର ଅଷ୍ଟମ ଦିନରେ ପରିବେଶ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଜନଆନ୍ଦୋଳନ ସୃଷ୍ଟି କରିଆସୁଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ଆବାହକ ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜେ ଗାତଖୋଳି ଗଛଲଗାଇ ଏହାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ‘ଯେ ପର୍ଯ୍ୟନ୍ତ ଆମେ ଗାତଟିଏ ଖୋଳି ଗଛଟିଏ ପୋତି ଏହାକୁ ସୁରକ୍ଷା ନ ଦେଇଛେ ସେ ପର୍ଯ୍ୟନ୍ତ ଆମେ ପରିବେଶ ପାଇଁ କିଛିବି କରିପାରିନି । ଯାହା କେବଳ କୁହାଳିଆ ପାଲଟିଛେ । ନାମ ସଂକୀର୍ତ୍ତନ ମାଧ୍ୟମରେ ଗଛଧରି ଗ୍ରାମ ପରିକ୍ରମା କରି ନିଜେ ଗାତଖୋଳି ଗଛ ଲଗାଇ ପୂଜାର୍ଚନା କରି ଜନ ସଚେତନତା ସୃଷ୍ଟି କରିବା ସହ ଶ୍ରୀ ପାଢ଼ୀ କହିଥିଲେ – “ଆମ ଦେବତା ଦାରୁରେ ଗଢ଼ା, ଆମ ସଂସ୍କୃତି ଗଛ, ଶ୍ରୀ ଜଗନ୍ନାଥଙ୍କ ଛତ୍ରଛାୟାରେ ଲଗାଇବା ଆସ’ । ସଂପ୍ରତି ଋଷ-ୟୁକ୍ରେନ ପରସ୍ପର ଯୁଦ୍ଧ ନ କରି ଶାନ୍ତି ବଜାୟ ରଖିବା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ବିଶ୍ୱ ପରିବେଶ ଚୁକ୍ତିର ଖିଲାପ ନକରି ଏକ ସୁନ୍ଦର ବିଶ୍ୱରେ ବସୁଧୈବ କୁଟୁମ୍ବକମ୍‌ ବଜାୟ ରଖିବାକୁ ନିବେଦନ କରିଥିଲେ ।

jayashree
Leave A Reply

Your email address will not be published.