ୟୁକୋ ବ୍ୟାଙ୍କରୁ ଡକାୟତି : ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍, ଲୋକେ ଛାନିଆଁ

ବାଲେଶ୍ୱର, (କେପିଏନ୍‌ଏସ୍‌) : ପୁଣି ଏକ ବ୍ୟାଙ୍କ ଡକାୟତି ହୋଇଥିବା ବେଳେ ଲୋକେ ଛାନିଆଁ ହୋଇ ଯାଇଛନ୍ତି । ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକି ୟୁକୋ ବ୍ୟାଙ୍କ୍‌ ଶାଖାରୁ ଆଜି ମଧ୍ୟାହ୍ନରେ ୨୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଡକାୟତମାନେ ବନ୍ଧୁକ ଓ ଛୁରୀ ଦେଖାଇ ଲୁଟ୍‌ କରିଥିବା କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ୫ ଜଣ ଡକାୟତ ବାଇକରେ ଆସି ବ୍ୟାଙ୍କ୍‌ ଭିତରେ ପଶିଥିଲେ ଓ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଭୟଭୀତ କରି ୨୦ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା ଲୁଟ୍‌ କରି ନେଇଥିଲେ । ବ୍ୟାଙ୍କ୍‌ ଲୁଟ୍‌ କରି ସେଠାରୁ ସେମାନେ ଫେରାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.