ତୁମୁରିପାଣି ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ତୁମୁରିପାଣି ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ଗ୍ରାମବାସୀ ଅଂଶଗ୍ରହଣ କରିଛନ୍ତି । ପ୍ରଥମେ ଗାଁ ମୁଣ୍ଡରୁ ପୁଟୁକି ଡୁଙ୍ଗୁରୀରୁ ଗରୁଡ଼ ସ୍ତମ୍ଭ ସ୍ଥାପନ ପାଇଁ ରେଙ୍ଗାଳ ଗଛ ଅଣା ଯାଇଥିଲା । ଗ୍ରାମର ସମସ୍ତେ ଗିନୀ, ମୃଦଙ୍ଗ ଧରି ଏହାକୁ ଆଣିବାକୁ ଯାଇଥିଲେ । ଏହା ପରେ ପଣ୍ଡିତ ଝସକେତନ ନନ୍ଦଙ୍କ ଦ୍ୱାରା ବେଦ ଉଚ୍ଚାରଣ କରାଯାଇଥିଲା । ଏଥିରେ ଗ୍ରାମର ମହିଳା ମାନେ ବିଭିନ୍ନ ପୂଜା ସାମଗ୍ରୀ ଆଣି ପୂଜାରେ ଉପସ୍ଥିତ ଥିଲେ । ଏହି ଭୂମି ପୂଜନ କାର୍ଯ୍ୟକ୍ରମର କର୍ତ୍ତା ହିସାବରେ ଇନ୍ଦ୍ରମଣି କରୁଆଲ, ଡାକ୍ତର ଲମ୍ବୋଦର ପଣ୍ଡା, ଶିବ ମାଝୀ, ମକରଧ୍ଵଜ ମାଝୀ, ଚୁଡାମଣି ଧିଣ୍ଡା, ରବୀନ୍ଦ୍ର ପଟେଲ କାର୍ଯ୍ୟ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମର ସଭାପତି ଭାବରେ ହେମାନନ୍ଦ ଚୌଧୁରୀ, ସମ୍ପାଦକ ଲକ୍ଷ୍ମଣ କୁମ୍ଭାର, ୱାର୍ଡ ସଭ୍ୟ ଶିବପ୍ରସାଦ ଛତର, ସାହାଣୀରାମ ଚୌଧୁରୀ ଏବଂ ଚୁଡାମଣି ଧିଣ୍ଡା ଭାର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ପଟେଲ, ସହଦେବ ହଂସ, ପିତାମ୍ବର ପଟେଲ, ରାମ ଚନ୍ଦନ, ପାହାରୁ ପୁଞ୍ଜି, ମହେନ୍ଦ୍ର ରଣା, ଅନିରୁଦ୍ଧ ରଣା, ତ୍ରିଲୋଚନ ମିର୍ଦ୍ଧା, ଇନ୍ଦ୍ରଜିତ ତାଣ୍ଡି ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରେ ସମସ୍ତ ଭକ୍ତବୃନ୍ଦଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.