ବିଶିଷ୍ଟ ସାହିତ୍ୟିକ ଟେକଚାନ୍ଦ ଦୁଆନଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋହେଲା ନିକଟସ୍ଥ କନଗାଁ ଗ୍ରାମଠାରେ ବିଶିଷ୍ଟ ସାହିତ୍ୟିକ ଟେକଚାନ୍ଦ ଦୁଆନଙ୍କ ମାତା କର୍ପୂର ଦୁଆନଙ୍କ ୮୦ ବର୍ଷ ବୟସରେ ଗତକାଲି ସଂଧ୍ୟା ୫ଟା ୩୦ମି ସମୟରେ ତିରୋଧାନ ହୋଇଥିବା ଜଣାପଡିଛି । ଗତ ୬ ମାସ ହେବ ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ । ସେ ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଗୌରୀ ଶଙ୍କର ଦୁଆନ ସହଧର୍ମୀଣୀ ତଥା ଜଣେ ଶାନ୍ତ ଶିଷ୍ଟ ଧର୍ମାନୁରାଗୀଗୃହିଣୀ ଥିଲେ । ଜ୍ୟେଷ୍ଠ ପୁତ୍ର ଟେକ୍‌ଚାନ୍ଦ ଦୁଆନ ମୁଖାଗ୍ନି ଦେଇଥିଲେ । ଅନ୍ୟ ଦୁଇ ପୁତ୍ର ଧ୍ୟାନଚାନ୍ଦ ଓ ପ୍ରେମଚାନ୍ଦ ତଥା ପୁତ୍ରବଧୂ ମମତା ନିରୁପମା, ସରୋଜିନୀ ନାତୁଣୀ ମାମୁଲି ଗୁଡଲି ଲଭଲି ଏମଲି ଉପସ୍ଥିତ ଥିଲେ । ଅନୁଷ୍ଠିତ ଅନ୍ତିମ ସଂସ୍କାର ସମୟରେ ସୋହେଲା କଲେଜର କର୍ମଚାରୀ, ପ୍ରମୋଦ ଦେବତା, ସୁଶାନ୍ତ ମିଶ୍ର ଓ ବନ୍ଧୁ ବର୍ଗ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.