ବ୍ରହ୍ମାକୁମାରୀଙ୍କ ପକ୍ଷରୁ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ୮୬ତମ ତ୍ରି-ମୂର୍ତ୍ତି ଶିବ ଜୟନ୍ତୀ ପାଳିତ ହୋଇଯାଇଛି । ଜନସାଧାରଣଙ୍କୁ ଈଶ୍ୱରୀୟ ସନ୍ଦେଶ, ଈଶ୍ୱରୀୟ ଜ୍ଞାନ ତଥା ସହଜ ରାଜଯୋଗ ଶିକ୍ଷା ପ୍ରଦାନ ଏବଂ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନେଇ ଦୁଇଦିନିଆ ପ୍ରଚାର ମାଧ୍ୟମରେ ସଚେତନତା କରାଯାଇଛି । ବିଶ୍ୱର କଲ୍ୟାଣ ନିମନ୍ତେ ଶିବ ବାବାଙ୍କ ଏହିଦିନ ଧରାପୃଷ୍ଠରେ ଆବିର୍ଭାବ ହୋଇଥିବା ବିଷୟରେ ଜନତାଙ୍କୁ ସଚେତନତା ଜାଗୃତି କରାଯାଇଛି । ବ୍ରହ୍ମାକୁମାରୀ ସଂଗଠନ ଛତ୍ରପୁରଶାଖା ଶାନ୍ତି ଅନୂଭୂତି ଭବନ କେନ୍ଦ୍ରରେ ଶିବରାତ୍ରି ଦିବସର ମହତ୍ତ୍ୱ ଉପରେ ଏକ ଆନୁଷ୍ଠାନିକ ସଭା ଓ ଶିବ ଧ୍ୱଜାବତରଣ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ତଥା ନବନିର୍ବାଚିତ ୨୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଏମ୍. ଧନଞ୍ଜୟ ରେଡ୍ଡୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇଥିଲେ । ଶାଖା ସଞ୍ଚାଳିକା ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ପିଙ୍କି ଭଉଣୀ ଓ ସୂର୍ଯ୍ୟ ଭାଇ, ସିମାଞ୍ଚଳ ଭାଇ ସହଯୋଗ କରିଥିଲେ ।

Leave A Reply

Your email address will not be published.