ଶୈବ ସଂସ୍କୃତିର ପ୍ରମୁଖ ପୀଠ ସୁବର୍ଣ୍ଣପୁରରେ ଆଜି ମହା ଶିବରାତ୍ରି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡିଶାର ପ୍ରମୁଖ ଶୈବପୀଠ ତଥା ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ଶିବ ମନ୍ଦିରରେ ଆଜି ପବିତ୍ର ମହା ଶିବରାତ୍ରି ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହେଉଛି । ସ୍ୱର୍ଣ୍ଣ ପ୍ରୟାଗ ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣମେରୁ, ବାବା ରାମେଶ୍ୱର, ବୈଦ୍ୟନାଥର କୋଶଳେଶ୍ୱର, ଚରଦାର କପିଳେଶ୍ୱର, ବୀରମହାରାଜପୁରର ଚମ୍ପେଶ୍ୱର, ଗୋଧନେଶ୍ୱର ଓ ନାଗେଶ୍ୱରଙ୍କ ପରି ପ୍ରମୁଖ ଶୈବପୀଠରେ ଜାଗର ଉତ୍ସବ ସହ ନିର୍ଦ୍ଧାରିତ ଲଗ୍ନରେ ମହାଦୀପ ଉଠିବାକୁ ଥିବାବେଳେ ଆଜି ସକାଳୁ ସବୁଠି ଶିବ ଭଗବାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଲାଗି ରହିଛି ।

Leave A Reply

Your email address will not be published.