ବଡବେଙ୍କ ଠାରେ ବେଆଇନ ବାହାଘରକୁ ରୋକିଲା ବଲାଙ୍ଗିର ୟୁଥ୍‌ ସର୍ଭିସ ସେଂଟର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବେଙ୍କ ଗ୍ରାମରେ ଜଣେ ନାବାଳିକା ଝିଅକୁ ତା’ର ପିତାମାତା ନିକଟସ୍ଥ ଗ୍ରାମର ଜଣେ ପୁଅ ସହିତ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ୟୁଥ୍‌ ସର୍ଭିସ ସେଂଟର ଚାଇଲ୍ଡ ଲାଇନ୍‌ ଗ୍ରାମରେ ପହଂଚି ବେଆଇନ ବାହାଘରକୁ ରୋକିବା ସହ ସରକାରଙ୍କ ଦ୍ୱାରା ଘୋଷିତ ବିବାହ ବୟସ ପୂର୍ବରୁ ଝିଅକୁ ବାହା ନ କରିବା ପାଇଁ ପିତାମାତାଙ୍କୁ ଉପସ୍ଥିତ ଗ୍ରାମବାସୀଙ୍କ ସମ୍ମୁଖରେ ରାଜି କରାଇଥିଲେ । ଏଥିରେ ସିଡିପିଓ ସରଶୀ ପଣ୍ଡା, ସୁପରଭାଇଜର ଭୂମିସୁତା ମହାନନ୍ଦ, ଅଙ୍ଗନୱାଡୀ କର୍ମୀ ସୁବେଦିତା ନନ୍ଦ, ତୁରେକେଲା ପୋଲିସ ଆଇଆଇସି ବିଷ୍ଣୁପ୍ରିୟା ଭୋଇ, ବଲାଙ୍ଗିର ଚାଇଲ୍ଡ ଲାଇନର ଶ୍ରୀମନ୍ତ ଥନାପତି, ତପିବର ଭୋଇ ଉପସ୍ଥିତ ଥିବା ନେଇ ଟିମ୍‌ ଲିଡର ତ୍ରିଲୋଚନ ନାଗଙ୍କ ଠାରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.