oom

ଗୌଡ଼ଗୋଠ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ଭାବେ ନିର୍ବାଚିତ ହେଲେ ଟଙ୍କଧର ବେରିଆ

jsmm

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ଗୌଡ଼ଗୋଠ ଗ୍ରାମ ପଞ୍ଚାୟତରେ କେଟିଲି ଚିହ୍ନରେ ଛିଡ଼ା ହୋଇ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଟଙ୍କଧର ବେରିଆ । ଶ୍ରୀଯୁକ୍ତ ବେରିଆ ୫୬୭ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଟେକାକୃଷ୍ଣ ରଣାଙ୍କ ଠାରୁ ଆଗୁଆ ରହିଛନ୍ତି । ଦେଓଗାଁ ବ୍ଲକ୍‌ରେ ଗୌଡ଼ଗୋଠ ପଞ୍ଚାୟତ ସବୁ ସମୟରେ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଏହି ପଞ୍ଚାୟତରେ ଯେଉଁ ପ୍ରାର୍ଥୀ ବିକାଶ କରିବା ସହ ପଞ୍ଚାୟତବାସୀଙ୍କ ଦୁଃଖ ସୁଖରେ ସାଥୀ ହୋଇ ଛିଡ଼ା ହୁଏ, ତାକୁ ପଞ୍ଚାୟତବାସୀ ନିର୍ବାଚିତ କରନ୍ତି । ତେବେ ଆଜି ମୋ ଉପରେ ମୋର ପଞ୍ଚାୟତ ବାସୀ ଆସ୍ଥା ପ୍ରକଟ କରି ନିର୍ବାଚିତ କରିଛନ୍ତି ଏବଂ ଆଗାମୀ ଦିନରେ ମୁଁ ମଧ୍ୟ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବି ବୋଲି ନୂତନ ଭାବେ ନିର୍ବାଚିତ ସମିତି ସଭ୍ୟା ପ୍ରାର୍ଥୀ ଶ୍ରୀ ବେରିଆ ମତପ୍ରକାଶ କରିବା ସହ ନିଜ ପଞ୍ଚାୟତବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.