csstore

ରୁଷ-ୟୁକ୍ରେନ ଟେନ୍‌ସନ୍‌ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ : ବୁଧବାର ତେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁଁ, ଯଦିଓ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି ଏବଂ ଏହାର ମୂଲ୍ୟ ବ୍ୟାରେଲ ପ୍ରତି ୧୦୦ ଡଲାରଚୁ ପହଂଚିଛି । ଏହା ବାଦ୍‌ ଘରୋଇ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ହାର ବୃଦ୍ଧି କରିନାହାଁନ୍ତି । ଉଲ୍ଲେଖନୀୟ କଥା ହେଉଛି, ଲଗାତାର ୧୧୦ ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁଁ ।

ଗତ ବର୍ଷ ୩ ନଭେମ୍ବରରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହଟାଇ ଦେଇଥିଲେ, ଯାହା ପରେ ରାଜ୍ୟ ସରକାର ଏହା ଉପରେ ଭ୍ୟାଟ୍ ହ୍ରାସ କରିଥିଲେ ଏବଂ ସେହି ଦିନଠାରୁ ପେଟ୍ରୋଲ ଏବଂ ଡିଜେଲ ହାର ସ୍ଥିର ରହିଆସିଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁଁ ।

jayashree
Leave A Reply

Your email address will not be published.