jayashree

ଆଜି ବିଶ୍ୱ ସ୍କାଉଟ୍‌ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରୋବର୍ଟ ବାଡେନ୍‌-ପାୱେଲଙ୍କ ଜନ୍ମ ବାର୍ଷିକୀକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଫେବ୍ରୁଆରୀ ୨୨ ତାରିଖକୁ ବିଶ୍ୱ ସ୍କାଉଟ୍‌ ଦିବସ ରୂପେ ପାଳନ କରାଯାଏ । ପାୱେଲଙ୍କୁ ସ୍କାଉଟିଂ ଜଗତର ଜଣେ ଅଗ୍ରଦୂତ ଭାବେ ବିବେଚନା କରାଯାଏ । ସେ ହିଁ ସ୍କାଉଟିଂ ଆନ୍ଦୋଳନ ଆରମ୍ଭ କରିବା ସହିତ ଏହାକୁ ଲୋକପ୍ରିୟ କରାଇଥିଲେ । ତାଙ୍କର ଏହି ଉଲ୍ଲେଖଯୋଗ୍ୟ ଅବଦାନକୁ ସମ୍ମାନ ଦେବା ଲାଗି ସ୍କାଉଟିଂ ଆନ୍ଦୋଳନର ସମସ୍ତ ସଦସ୍ୟଙ୍କ ଦ୍ୱାରା ଏହି ଦିବସ ପାଳନ କରାଯାଇଥାଏ । ପାୱେଲଙ୍କ ପତ୍ନୀ ଲେଡି ଓଲେଭ ବାଡେନ୍‌-ପାୱେଲ ମଧ୍ୟ ଏହି ଦିନ ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି ଦିବସ ଅବସରରେ ଉଭୟଙ୍କ ଜନ୍ମଦିନ ପାଳନ କରାଯାଏ । ଲେଡି ଓଲେଭ ମୁଖ୍ୟତଃ ଝିଅଙ୍କ ପାଇଁ ସ୍କାଉଟ୍‌ ଆନ୍ଦୋଳନର ଅଗ୍ରଣୀ ଭାବେ ପରିଚିତ ଥିଲେ । ତେଣୁ ଝିଅ ସ୍କାଉଟ୍‌ ବା ଗାଇଡ୍‌ଙ୍କ ପାଇଁ ଏହି ଦିନ ସ୍ୱତନ୍ତ୍ର ରୂପେ ‘ବିଶ୍ୱ ଚିନ୍ତନ ଦିବସ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।

Leave A Reply

Your email address will not be published.