ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ନିର୍ବାଚନୀ ହିଂସାରୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ହିଂସା ଯୋଗୁଁ ଜଣେ ଯୁବକଙ୍କୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଥିବା ଜଣାପଡିଛି । ମୃତକ ଜଣକ ଜାହାଙ୍ଗିର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ ବୋଲି ଜଣାପଡିଛି । ସୂଚନା ଅନୁସାରେ ପ୍ରତାପ ରାତିରେ ଘରକୁ ଯାଉଥିବା ବେଳେ କେତେକ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ବିଷୟରେ ଜାଣି ତାଙ୍କ ଭାଇ ଓ ଗ୍ରାମର କେତେକ ଲୋକ ବାହାରକୁ ବହାରିବାରୁ ତାଙ୍କୁ ମଧ୍ୟ ଧମକ ଦେବା ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ତେବେ ମାଡ଼ ମାରିବା ପରେ ଲୋକେ ପ୍ରତାପଙ୍କୁ ଧାମନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି ।
Next Post