ୱାଶିଂଟନ୍ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଉତ୍ତେଜନା ଲାଗି ରହିଛି । ଏହି ସମୟ ମଧ୍ୟରେ ଏହାକୁ ଏଡ଼ାଇବା ପାଇଁ ଆମେରିକା ଦ୍ୱାରା ସମସ୍ତ ପ୍ରୟାସ କରାଯାଉଛି । ନିକଟରେ ରୁଷର ସମର୍ଥକ ୟୁକ୍ରେନ ପ୍ରଦର୍ଶନକାରୀଙ୍କ ଆକ୍ରମଣରେ ଜଣେ ୟୁକ୍ରେନ ସୈନିକ ମଧ୍ୟ ନିହତ ହୋଇଥିଲେ । ଏହା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷକୁ ଚେତାବନୀ ଦେଇଛନ୍ତି । ତେବେ ଏହି ଉତ୍ତେଜନା ମଧ୍ୟରେ ଆମେରିକା କହିଛି ଯେ, ଯଦି ରୁଷ ୟୁକ୍ରେନ ଉପରେ ଆକ୍ରମଣ ନକରେ, ତେବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭ୍ଲାଦିମିର ପୁତିନଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ହୋଇପାରନ୍ତି । ବାଇଡେନ ନିକଟରେ ଦାବୀ କରିଛନ୍ତି ଯେ, ରୁଷ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ଏହି ତିକ୍ତତା ମଧ୍ୟରେ ପୁତିନଙ୍କୁ ଭେଟିବା ପାଇଁ ବାଇଡେନ ଏହି ନୂତନ ପ୍ରସ୍ତାବ ଦେଇଛନ୍ତି ।
Prev Post