ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ୍ ଅନ୍ତର୍ଗତ ମୁଡ଼ପଲା ଗ୍ରାମରେ ଜଣେ ମହିଳା ବିଷପାନ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦେଓଗାଁ ବ୍ଲକ ଅନ୍ତର୍ଗତ ମୁଡ଼ପଲା ଗାଁର ବନିତା ନାମକ ଜଣେ ମହିଳା ଗତକାଲି କୌଣସି କାରଣରୁ ମୂଷାମରା ଔଷଧ ଖାଇ ଦେଇଥିବା ଜଣାପଡ଼ିଛି । ପରେ ପରିବାର ଲୋକେ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ତେବେ ଆଜି ଭୋର୍ ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ରହିଛି ।