oom

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ, ଅବାଧ ଓ ନିରପେକ୍ଷ କରିବାକୁ ବିଜେପିର ଦାବୀ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡ ଘଟି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଘଟିଛି । ତା’ ସହିତ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ପୋଲିଂ ଅଧିକାରୀଙ୍କୁ ଧରି ବିଜେଡି ଦଳର ଗୁଣ୍ଡାମାନେ ବିଭିନ୍ନ ସ୍ଥାନରେ ଭୟର ବାତାବରଣ ସୃଷ୍ଟିକରି ଆସିଛନ୍ତି ବୋଲି ଗଞ୍ଜାମ ଜିଲ୍ଲା ଭାଜପା ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ଓ କେନ୍ଦ୍ର ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇ ଥିବା ବେଳେ ବିଜେପି ଏହାର ତୀବ୍ର ନିନ୍ଦା କରିଛି । ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ କୁକୁଡ଼ାଖଣ୍ଡି ବ୍ଳକ୍‌ର ଲୋଚାପଡା ଗ୍ରାମରେ ରଘୁନାଥ ମନ୍ଦିର ସାହି ବୁଥରେ ବିଜେଡି ଦଳର ଗୁଣ୍ଡାଗିରି ଶ୍ରେଣୀର ଲୋକେ ନିର୍ବାଚନ ନିୟମକୁ ଉଲଂଘନ କରିଛନ୍ତି, ସେମାନେ ପୋଲିଙ୍ଗ ଅଫିସରଙ୍କୁ ଧରି ଏକପକ୍ଷ ବିଜେଡି ସପକ୍ଷରେ ଭୋଟିଂ କରାଇଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛନ୍ତି । ସେହିପରି ଦିଗପହଣ୍ଡି ବ୍ଳକ୍‌ର ଚଷା ନିମଖଣ୍ଡି ଗ୍ରାମ ପଞ୍ଚାୟତ ଅଧିନସ୍ଥ ତାଳପଡା ବୁଥ୍‌ରେ ରେଗିଙ୍ଗ ହୋଇଥିବା ଲିଖିତ ପ୍ରଶାସନ ନିକଟରେ ବିଜେପି ଅଭିଯୋଗ କରିଛି । ଏହିଦୁଇ ବୁଥ୍‌ରେ ମତଦାନ କରି ଗଣତାନ୍ତ୍ରିକ ବିଧିର ସୁରକ୍ଷା ରଖିବାକୁ ଭାଜପା ପ୍ରଶାସନ ଠାରେ ଅନୁରୋଧ କରିଛନ୍ତି । ବିଜେପି ଦଳର ତୁଙ୍ଗନେତା ବିଭୁତି ଜେନା, ପ୍ରଶାନ୍ତ କର, ଆଡ଼ଭୋକେଟ ପ୍ରଦୀପ ପାଢ଼ୀ, ଚୈତନ୍ୟ ପ୍ରଧାନ, ସିଏଚ.ଶଶୀଧର ରାଓ, ସଞ୍ଜିତ ରାଉଳ, ଲକ୍ଷ୍ମୀ ନାରାୟଣ ପଣ୍ଡା, କେ.ମାଗତା ପାତ୍ର, ରୀତେଶ କୁମାର ସେନାପତି, ବସନ୍ତ ବେହେରା, ଡ଼ି.ସୁରେଶ ରେଡ୍ଡୀ, ସୁଶୀଲ ଦାଶ୍, ପ୍ରମୁଖ ଏହି ଅଭିଯୋଗ ଆଣି ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ରବିବାର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଏବଂ ଆଗାମୀ ମତଦାନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳିତ କରାଇ ଭୋଟଗ୍ରହଣ କେନ୍ଦ୍ରରେ ଶୃଙ୍ଖଳା ବଜାୟ ରଖିବାକୁ ବିଜେପି ପ୍ରଶାସନ ଠାରେ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.