oom

ପୁଅର ଟାଙ୍ଗିଆ ଚୋଟରେ ମା’ ଗୁରୁତର : ଅଭିଯୁକ୍ତ ପୁଅ ଟାଙ୍ଗିଆ ସହ ଥାନାରେ ଆତ୍ମସମର୍ପଣ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗୁରୁପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପୁଅର ଟାଙ୍ଗିଆ ଚୋଟରେ ମା’ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିବା ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ ଗୁରୁପଡା ଗାଁର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ସାନ ପୁଅ ଅଶ୍ୱିନୀ ମିଶ୍ର ଗତକାଲି ପ୍ରାୟ ୧୨ଟା ସମୟରେ କୌଣସି କାରଣ ବଶତଃ ତା’ର ମା’ ସହ ବଚସା ହୋଇଥିଲା ଏଥିରେ ଉତ୍ୟକ୍ତ ହୋଇ ସାନ ପୁଅ ଅଶ୍ୱିନୀ ଏକ ଧାରୁଆ ଟାଙ୍ଗିଆରେ ହାଣି ପକେଇଥିଲା । ଏହାପରେ ଅଭିଯୁକ୍ତ ପୁଅ ଟାଙ୍ଗିଆ ସହ ଫିରିଙ୍ଗିଆ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି । ଅନ୍ୟପଟେ ଖବର ପାଇ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମହିଳାକୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ପୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

jittmm
Leave A Reply

Your email address will not be published.