oom

ମଦ ବୋଝେଇ ଟ୍ରାକ୍ଟର ଜବତ ସହ ୨ ଗିରଫ

jsmm

କୋଣାର୍କ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରେ ବିଳମ୍ବିତ ରାତ୍ରିରେ ମଦ ବୋଝେଇ ଟ୍ରାକ୍ଟରକୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁସାରେ, ଅସ୍ତରଙ୍ଗ ତାଳଦାଠାରେ ଏକ ବିଦେଶୀ ମଦ ବୋଝେଇ ଟ୍ରାକ୍ଟର ନଦୀ ପାର କରୁଥିବା ସମୟରେ ଗ୍ରାମବାସୀ ଅଟକ ରଖି ଅସ୍ତରଙ୍ଗ ପୋଲିସକୁ ଖବର ଦେଇଥିଲେ । ଅସ୍ତରଙ୍ଗ ପୋଲିସ ଖବର ପାଇ ୧୦୦ ପେଟିରୁ ଅଧିକ ବିଦେଶୀ ମଦ ଜବତ କରିବା ସହ ଡ୍ରାଇଭର ଓ ମଦ ନେଉଥିବା ଯୁବକଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରାର୍ଥୀ ଓ ସମର୍ଥକ ଗାଁ ଗାଁ ବୁଲୁଛନ୍ତି । ନିର୍ବାଚନ ସମୟରେ ଯଦି ଏତେ ପରିମାଣ ମଦ ଗାଁ ଗାଁରେ ପହଞ୍ଚେ ତାହାଲେ ନିର୍ବାଚନୀ ହିଂସା ଘଟିପାରେ ବୋଲି ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.