jayashree

ତନୟା ବେହେରାଙ୍କ ପାଇଁ ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର

  • ୩୩ ନଂ. ଜୋନର ବିକାଶ ପାଇଁ ହାତ ଚିହ୍ନରେ ଭୋଟ ଦିଅନ୍ତୁ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତନୟା ବେହେରାଙ୍କ ପାଇଁ ନରସିଂହ ମିଶ୍ର ଗତକାଲି ଜୋରଦାର ନିର୍ବାଚନ ପ୍ରଚାର କରି କହିଥିଲେ ଯେ, ଲୋଇସିଂହାବାସୀ ଗତ ନିର୍ବାଚନ ମାନଙ୍କରେ ଗୋଟିଏ ଦଳର ବିଧାୟକ, ସାଂସଦ, ଜିଲ୍ଲା ପରିଷଦଙ୍କ ସପକ୍ଷରେ ଭୋଟଦାନ କରିଥିଲେ । ଆଜି ନିର୍ବାଚନ ଗସ୍ତ ସମୟରେ ଗାଁ ଗୁଡିକରେ ଲୋକେ କହୁଛନ୍ତି ଜନ ପ୍ରତିନିଧିଙ୍କ ଦେଖାନାହିଁ । ଭୋଟ ପାଇ ସାରିଲା ପରେ ସମସ୍ତେ ଉଭାନ । ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା ସ୍ୱାସ୍ଥ୍ୟ ବିଭାଗ ଅତି ସଙ୍ଗିନ । ୨୫ ବର୍ଷ ପୂର୍ବେ କଂଗ୍ରେସ ଅମଳରେ ଯାହା କିଛି ବିକାଶ ହୋଇଥିଲା ସେତିକିରେ ଆଜି ପର୍ଯ୍ୟନ୍ତ ଲୋକେ ଚଳୁଛନ୍ତି । ତେଣୁ ଏହି ଜିଲ୍ଲାପରିଷଦ ନିର୍ବାଚନ ପରିବର୍ତ୍ତନ ନିହାତି ଜରୁରୀ । ଯିଏ କାମ କରିନାହିଁ ଲୋକେ କଦାପି ତାଙ୍କୁ ଭୋଟ ଦିଅନ୍ତୁ ନାହିଁ । ମୋର ଅନୁରୋଧ ଲୋଇସିଂହା ତଥା ୩୩ ନଂ. ଜୋନର ବିକାଶ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ତନୟା ବେହେରାଙ୍କୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ, ଆପଣଙ୍କ ଅଞ୍ଚଳ ନିଶ୍ଚିତ ବିକଶିତ ହେବ ବୋଲି ଏହି ଜୋନର ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନୀ ସଭାମାନଙ୍କରେ କହିଛନ୍ତି ।

୩୩ ନଂ. ଜୋନ ଅନ୍ତର୍ଗତ ଲୋଇସିଂହାର ଖ୍ରୀଷ୍ଟିୟାନପଡା, ଢୋଲ ମହୁଲ, ନୁଆଁପଡା, ତିଅରପଡା, ଡେର୍ଲିମାର୍କେଟ, ଦଳିତପଡା, ଦୁର୍ଗାମଣ୍ଡପ ଛକ, ପାନେସରା ଓ ବାଞ୍ଜିପାଲି ଗ୍ରାମରେ ନିର୍ବାଚନ ସଭାମାନଙ୍କରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଅଂଚଳର ଆଦିବାସୀମାନେ ବହୁତ କ୍ଷୁବ୍ଧ ଅଛନ୍ତି । ତାଙ୍କର ଏହି ନିର୍ବାଚନରେ ସାମ୍ବିଧାନିକ ଅଧିକାରକୁ ଛଡେଇ ନିଆଯାଇଛି । ଏଥିରୁ ସରକାରମାନେ ବୁଝିଯିବା ଦରକାର ଆଦିବାସୀମାନେ ନିରୀହ ସତ କିନ୍ତୁ ନିଜର ଅଧିକାର ପାଇଁ ସେମାନେ ମୁହଁ ନିଶ୍ଚୟ ଖୋଲିବେ । ତେଣୁ ଏହି ଆଦିବାସୀ, ପଛୁଆ ବର୍ଗ ବିରୋଧି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଉଚିତ୍‌ ଜବାବ ଦେବା ପାଇଁ ଏହି ନିର୍ବାଚନରେ ଏହି ବର୍ଗର ଲୋକେ ଉଭୟ ଦଳକୁ ବରଖାସ୍ତ କରନ୍ତୁ ଏବଂ କଂଗ୍ରେସର ହାତ ଚିହ୍ନରେ ଭୋଟ ଦେଇ ତନୟ ବେହେରାଙ୍କୁ ବିଜୟୀ କରାନ୍ତୁ । ଏହି ନିର୍ବାଚନୀ ସଭାମାନଙ୍କରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ଓ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମିଲନି ସାହୁ ପ୍ରାର୍ଥିନୀଙ୍କ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ଲୋଇସିଂହାରେ କଂଗ୍ରେସ ବିଧାୟକଙ୍କ ଅମଳରେ ଲୋଇସିଂହାରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବାବଦରେ ଲୋକଙ୍କୁ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ନିର୍ବାଚନୀ ସଭାମାନଙ୍କରେ ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁ, କଂଗ୍ରେସ ଯୁବନେତା ସରୋଜ ବିଶ୍ୱାଲ, ଅଶୋକ ବେହେରା, ରଂଜନ ବେହେରା, ଟିକୁ ପାଣ୍ଡିଆ, ରଂଜିତ ରଏ, ଶିବ ଅଗ୍ରୱାଲ ଏବଂ ମୋହିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.