ପିଲାମାନଙ୍କ ଦ୍ୱାରା ମୋବାଇଲ ଚୋରି କରି ବାଙ୍ଗଲାଦେଶ ପଠାଉଥିବା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ, ୫ ନାବାଳକ ସହ ୧୦ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ପିଲାମାନଙ୍କ ଦ୍ୱାରା ମୋବାଇଲ ଚୋରି କରି ବାଙ୍ଗଲାଦେଶ ପଠାଉଥିବା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ଦକ୍ଷିଣ-ପଶ୍ଚିମୀ ପୋଲିସ । ଏହି ଘଟଣାରେ ୫ ନାବାଳକ ସହ ୧୦ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ହଜାର ହଜାର ମୋବଇଲ ଫୋନ ଚୋରି କରି ସାରିଥିବା କୁହାଯାଇଛି । ତେବେ ଗିରଫ ଗ୍ୟାଙ୍ଗ୍‌ ସଦସ୍ୟ ମାନଙ୍କ ଠାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ୧୧୦ଟି ମୋବାଇଲ ଫୋନ୍‌ ଜବତ ହୋଇଥିବା ବେଳେ ଏଥିରୁ ୩୪ଟି ଦାମିକା ଆଇଫୋନ୍‌ ବୋଲି ସୂଚନା ଦିଆଯାଇଛି । ଦକ୍ଷିଣ-ପଶ୍ଚିମୀ ଜିଲ୍ଲା ଡିସିପି ଗୌରବ ଶର୍ମାଙ୍କ ଅନୁସାରେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.