pakka

ଛତ୍ରପୁର : କଣମଣା ଗ୍ରାମପଞ୍ଚାୟତ ପାଇଁ ବିଜେଡିକୁ ଅଡୁଆର ସମ୍ମୁଖୀନ ହେବା ଆଶଙ୍କା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ୱିତୀୟ ପର୍ୟ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବା ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତ ପାଇଁ ବିଜେଡିକୁ ଅଡ଼ୁଆର ସମ୍ମୁଖୀନ ହେବା ସମ୍ଭାବନା ଦେଖାଦେଇଛି । ସର୍ବମୋଟ ୬୦୧୭ ଜଣ ଭୋଟର ଥିବା ଏହି ପଞ୍ଚାୟତରେ ୨୯୨୦ ପୁରୁଷ ଓ ୩୦୯୭ ଜଣ ମହିଳା ଭୋଟର ଅଛନ୍ତି । ତେବେ ରାତାରାତି ଟଙ୍କା, ପଇସା, ମଦ, ମାଛ, ମାଂସ ଦେଇ ଭୋଟରଙ୍କ ମନ ବଦଳାଇଦେବା ଏଠି ସହଜ ନୁହେଁ । ବିଜେଡିର ଭୋଟ ପ୍ରଚାର ତ ଜୋର୍‌ସୋର୍‌ରେ ଚାଲିଛି, ତେବେ କଣମଣା ପଞ୍ଚାୟତରେ ମହିଳା(ଏସ୍‌ସି) ସ୍ଥାନ ସଂରକ୍ଷଣ ଥିବାବେଳେ ଏଠି ସରପଞ୍ଚ ଭାବେ ୪ ଜଣ ମହିଳା ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ତିନିଜଣ ପ୍ରାର୍ଥିନୀ ବିଜେଡି ସମର୍ଥିତ ବୋଲାଉଥିବା ହେତୁ ଏହି ଆସନପାଇଁ କାହାକୁ ଭୋଟ ଦେବେ ବୋଲି ଲୋକେ ଦ୍ଵନ୍ଦରେ ପଢ଼ିଛନ୍ତି । ଏହା ଏକ ସ୍ୱାଭାବିକ ମତବ୍ୟକ୍ତ ବିଷୟ ହୋଇଥିଲେ ମଧ୍ୟ ଏଠାରେ ଏହି ସୂତ୍ର ମହଙ୍ଗା ପଡିପାରେ । ଅନ୍ୟପକ୍ଷରେ ଏହି ସରପଞ୍ଚ ଆସନରେ ଜଣେ ପ୍ରତିଦ୍ୱନ୍ଦି ସ୍ୱାଧୀନପ୍ରାର୍ଥୀ ବୋଲାଉଥିବା ପ୍ରମିଳା ବେହେରା ବାଜି ମାରିବା ସୁଯୋଗ ପ୍ରତିଫଳନ ହେଉଥିବା ଦେଖାଯାଏ । ଯାହାକି ଏଠାକାର ମହିଳାମାନେ ଖୁବ ବିଚକ୍ଷଣ । ଏଠାକାର ମହିଳାମାନେ ଅଧିକ ପରିଶ୍ରମୀ ଏବଂ ରୋଜଗାର କ୍ଷମତାରେ ଖୁବ ଦକ୍ଷତା ରହିଛି । ଏଠିକାର ମହିଳାମାନଙ୍କ ଚିନ୍ତାଧାରା ପୁରୁଷ ମାନଙ୍କ ଠାରୁ ଅନେକ ଗୁଣରେ ଉନ୍ନତ ମନେହୁଏ । ଏଠାକାର ମହିଳାମାନେ ନିଜେ ନିଜର ବାଡ଼ିବଗିଚା କଥା ବୁଝନ୍ତି ଏବଂ ତହିଁରେ ପରିଶ୍ରମ କରନ୍ତି, ଏପରିକି ସ୍ଥାନୀୟ କଳକାରଖାନା ଆଇଆରଇ ଗୋପାଳପୁର ବନ୍ଦର ଜାହାଜ ଓ ଟିଟାନିୟମ ଭଳି କମ୍ପାନୀ ମାନଙ୍କରେ ଠିକା ଶ୍ରମିକ ଭାବେ ଏବଂ ମତ୍ସ୍ୟଜୀବୀ ଜାତିର ଲୋକେ ସମୁଦ୍ରରେ ମାଛ ଧରିବା ଆଦି କାର୍ୟ୍ୟରେ ଏବଂ ଦିନମଜୁରିଆ ଭାବେ ମଧ୍ୟ ଅନେକ ନିୟୋଜିତ ଅଛନ୍ତି । ତେଣୁ ଏଠାକାର ମହିଳାମାନେ ଖୁବ ସାହସୀ ଅଟନ୍ତି । ଛତ୍ରପୁର ସହରତଳି ଅଞ୍ଚଳ ଭାବେ ସହରକୁ ଲାଗିରହିଥିବା ଅଞ୍ଚଳ ହେଉଛି ପୁରୁଣାଛତ୍ରପୁର ଅଟେ ।
ଏହି ଅଞ୍ଚଳରେ ଆଇଆରଇ ଏବଂ ଗୋପାଳପୁର ବନ୍ଦର ସହ ଅନେକ ଶିଳ୍ପ-ବିକଶିତର ସଂଯୋଗ ଥିବା ଅଞ୍ଚଳ ଯୋଗୁଁ ଅନେକ ମହିଳା ଖୁବ ସଚେତନଶୀଳ ଅଟନ୍ତି । ଏଠାରେ ମହିଳା ଭୋଟର ଅଧିକ ଥିବା ସାଂଗକୁ ମହିଳାମାନେ ଏକପ୍ରକାର ପରିବର୍ତ୍ତନତା ପାଇଁ ଚାହିଁଛନ୍ତି, ଯାହା ଜଣେ ଉପଯୁକ୍ତ ନେତା ଅବା ଆମ ପାଇଁ ଭଲ ସରପଞ୍ଚ ଲୋଡ଼ା ବୋଲି ଅଧିକାଂଶ ମହିଳା ଭୋଟରମାନେ କହନ୍ତି । ଏକ ସର୍ବେକ୍ଷଣରେ ଜଣାଯାଇଛି ଯେ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତ ଅଧୀନରେ ପୁରୁଣାଛତ୍ରପୁର, ତରେଇପାଟପୁର, ଟାକିରିଆ- ବ୍ରହ୍ମପୁର, କଣମଣା ଏବଂ ମାଟିଖାଲ ଗ୍ରାମକୁ ନେଇ ଗଠିତ କଣମଣା ଗ୍ରାମପଞ୍ଚାୟତ ଗଠିତ ହୋଇଅଛି । ଏହି ଗ୍ରାମପଞ୍ଚାୟତରେ ବିଜେଡି ସମର୍ଥକ ଭାବେ ପ୍ରଚାର କରୁଥିବା ୩ ଜଣ ସରପଞ୍ଚ ପ୍ରାର୍ଥିନୀଙ୍କ ସହ ସ୍ୱାଧୀନଭାବେ ଜଣେ ପ୍ରାର୍ଥିନୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଯାହାକି ଅଧୂନା ବିଜେଡି ସରପଞ୍ଚ ଚକ୍ରପାଣି ରେଡ୍ଡୀଙ୍କ ନେତୃତ୍ୱରେ ଖୋଲାଛତା ଚିହ୍ନରେ ବି.ଦମୟନ୍ତୀ ପାତ୍ର( ଟାକିରିଆ- ବ୍ରହ୍ମପୁର ), ଧର୍ମାରେଡ୍ଡୀଙ୍କ ନେତୃତ୍ୱରେ ସୂର୍ୟ୍ୟ ଚିହ୍ନରେ ବିଜୟଲଷ୍ମୀ ବେହେରା (ପୁରୁଣାଛତ୍ରପୁର) ଓ ଅନ୍ୟଜଣେ ପ୍ରାର୍ଥିନୀ ଖୋଲାବହି ଚିହ୍ନରେ ନିଳାନ୍ଦ୍ରୀ ପ୍ରଧାନ (ମାଟିଖାଲ) ଏବଂ ସ୍ୱାଧୀନ ଭାବେ ସମାଜସେବୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ତାଙ୍କ ସହଧର୍ମିଣୀ ମାଛ ଚିହ୍ନରେ ପ୍ରମିଳା ବେହେରା ପ୍ରତିଦ୍ୱନ୍ଦିତା କରୁଛନ୍ତି । ପ୍ରମିଳା ବେହେରା ପୁରୁଣାଛତ୍ରପୁର ବେଶ ଜଣାଶୁଣା ଲୋକଭାବେ ପରିଚିତ ବୋଲି କୁହାଯାଏ । ତେବେ ଯେଉଁ ତିନିଜଣ ବିଜେଡି ସମର୍ଥକ ବୋଲି କୁହାଯାଉଛି, ସେମାନେ ତାଙ୍କରି ପ୍ରଚାରରେ ଓ ପ୍ରାଚୀର ପତ୍ରରେ ବିଜେଡି ବିଧାୟକ, ସାଂସଦ ଓ ନବୀନବାବୁଙ୍କ ଫଟୋ ଛାପିଥିବା ଦେଖିବାକୁ ମିଳିଛି । ବାସ୍ତବିକ ବିଜେଡି ସମର୍ଥକ ବୋଲାଉଥିବା ଏହି ତିନିଜଣ ସରପଞ୍ଚ ପ୍ରାର୍ଥିନୀଙ୍କ ଭୋଟ ଭାଗ ଭାଗ ହୋଇଯିବ । ଗତ ୧୪ ତାରିଖଦିନ ବରିଷ୍ଠ ନେତା ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ପ୍ରଚାର ଶୋଭାଯାତ୍ରାରେ ଆସି ବିଜୟଲଷ୍ମୀ ବେହେରାଙ୍କୁ ସୂର୍ୟ୍ୟ ଚିହ୍ନରେ ମୋହର ମାରି ଭୋଟ ଦେବା ପାଇଁ ପ୍ରଚାର କରିଥିବା ବେଳେ ଅନ୍ୟ ଦୁଇଜଣଙ୍କ ପାଇଁ କୌଣସି ବରିଷ୍ଠନେତା ବୁଧବାର ସନ୍ଧ୍ୟାସୁଦ୍ଧା ଭୋଟପ୍ରଚାରରେ ବୁଲିବା ଦେଖାଯାଇନି ।

ମୋଟାମୋଟି ଭାବେ କହିବାକୁ ହେଲେ ସ୍ପଷ୍ଟଭାବେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷଲୋକ ମିଳିତ ଭାବେ ପ୍ରଚାର ଶୋଭାଯାତ୍ରାରେ ନାଚ ଗୀତ ସହ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଭୋଟପ୍ରଚାର କରି ଗାଁ ଗାଁ ଘର ଘର ବୁଲି ବୁଲି ଶ୍ରୀମତୀ ପ୍ରମିଳା ବେହେରାଙ୍କୁ ମାଛଚିହ୍ନରେ ଭୋଟ ଦେବା ଏକ ନିଆରାଢଙ୍ଗରେ ପ୍ରଚାର କରିବା ଦେଖିବାକୁ ମିଳିଥିଲା । ଯାହା ଶ୍ରୀମତୀ ପ୍ରମିଳା ବେହେରାଙ୍କୁ ଦଳଗତ ନିର୍ବିଶେଷରେ ବାଜିମାତ ହେବା ଆଡକୁ ଆଶା କରାଯାଉଛି, ଯାହା ଜନମତ ମିଳୁଛି । ଏହାକୁ ଭିତ୍ତିକରି ରାଜନୈତିକ ବାତାବରଣ ଭିନ୍ନମୋଡ଼କୁ ଆସିଥିବା ଦେଖାଦେଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏଠାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ତାରିଖରେ ହେବାକୁ ଥିବା ବେଳେ ଭୋଟ ପ୍ରଚାର ଖୁବ ସରଗରମ ହୋଇଥିବା ଦେଖାଦେଇଛି । ଭୋଟଗ୍ରହଣ ଦିନ ପାଖେଇ ଆସିଥିବା ବେଳେ ରାଜନୈତିକ ବାତାବରଣ ସେତିକି ଉଷ୍ମତାବୃଦ୍ଧି ପାଇବାରେ ଲାଗିଛି । ଏହି ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦିତା ଏକ ପ୍ରକାର ଜଟିଳ ସମସ୍ୟା ଦେଖିବାକୁ ମିଳିଛି । ଯେତିକି କୁଟିଳ ସେତିକି ବିଭ୍ରାନ୍ତିକର ମନେ ହେଉଛି । ସୂଚନାଯୋଗ୍ୟ ଯେ, ଏହି ପଞ୍ଚାୟତ ପାଇଁ ବିଜେଡି ସମର୍ଥକ ସରପଞ୍ଚ ପ୍ରାର୍ଥୀଙ୍କ ବାଜିମାତ କରିବା କଷ୍ଟକର ହୋଇପାରେ ବୋଲି ଅନୁମାନ କରାଯାଇଛି । ଯାହା ସୂଚନା ମୁତାବକ ସ୍ଥାନୀୟ ଭୋଟରଙ୍କ ଠାରୁ ଆମ ପ୍ରତିନିଧି ଏହି ମୌଳିକ ତତ୍ତ୍ୱରୁ ଦୃଷ୍ଟାନ୍ତ ମୂଳକ ପ୍ରମାଣ ଉଦ୍ଧାର କରିଛନ୍ତି ।

jay balangir
Leave A Reply

Your email address will not be published.

4 × 4 =

error: Content is protected !!