lika

ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

gbag

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଭୃଙ୍ଗିଯୋଡି ପଞ୍ଚାୟତ ଶୁଣ୍ଡିଗାଁ ଗୋଷ୍ଠୀକେନ୍ଦ୍ର ଠାରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ସୁଭଦ୍ରା କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସରପଞ୍ଚ ବୃନ୍ଦାବନ କହଁର, ଅଙ୍ଗନବାଡ଼ି କର୍ମୀ ସୁକାନ୍ତି କହଁର, ବିଦ୍ୟାଧର କହଁର, ଡିଏନ୍‌ଏସ୍‌ ମହାବୀର ଯୁବକ ସଂଘର ସଭାପତି ସୁନିଲ୍ କୁମାର୍ କହଁର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କରୋନା କଟକଣାକୁ ଆଖି ଆଗରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବକ ସଂଘ ସୁଙ୍ଗାମାହା, କିଙ୍ଗଷ୍ଟାର ଯୁବକ ସଂଘ, କୁଟିଗୁଡା ଯୁବକ ସଂଘ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବ୍ୟାଙ୍କ୍ ମିତ୍ର କ’ଣ, ବ୍ୟାଙ୍କ୍ ମିତ୍ର ହେଲେ କ’ଣ କରିବାକୁ ପଡ଼ିବ, କ’ଣ ପ୍ରମାଣ ପତ୍ର ଦରକାର ଏହି ସବୁ ଉପରେ ଆଲୋଚନା କରାଯାଇଥିଲା । ଯୁବକ ସଂଘ ସଦସ୍ୟ ନୀଳକଣ୍ଠ କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

babaa
Leave A Reply

Your email address will not be published.