ଡାଙ୍ଗବାହାଲ ମାଁ ଘସିଏନଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଦମକିପାଲି ଚାମ୍ପିୟାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗ୍ରାମ ପଞ୍ଚାୟତର ଡାଙ୍ଗବାହାଲ ଗ୍ରାମରେ ମାଁ ଘସିଏନଦେବୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ୫ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।‌ ଦମକିପାଲି ଓ ରେଙ୍ଗାଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଦମକିପାଲି ଦଳ ୩ ୱିକେଟ ହରାଇ ୯୯ ରନ୍ ସଂଗ୍ରହ କରି ରେଙ୍ଗାଲି ଦଳକୁ ହରାଇ ଚାମ୍ପିୟାନ ହୋଇଥିଲା । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ପାଟଣାଗଡ଼ ଜାତୀୟ କଂଗ୍ରେସ ସଭ୍ୟ ଇଂ.ରମେଶ ପୁରୋହିତ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ପ୍ରାର୍ଥୀ ହେମଲତା ଭୂଏ ଓ ସରପଞ୍ଚ ପ୍ରାର୍ଥୀ ରୀନା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଅତିଥି ଗଣ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେଲେ ଅତିଥିମାନେ ଏହି ଗ୍ରାମରେ କ୍ରୀଡା ଓ ଖେଳ ପଡିଆର ବିକାଶ ସହ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଜେତା ଦମକିପାଲି ଦଳକୁ ନଗଦ ୧୦ ହଜାର ଟଙ୍କା ସହ ଟ୍ରଫି ଓ ଉପ ବିଜେତା ରେଙ୍ଗାଲି ଦଳକୁ ନଗଦ ୭ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା ।‌ କ୍କବର ବେଣୁଧର ସାହୁ, ପିତାମ୍ବର ବାରିକ, ଜନାର୍ଦ୍ଦନ ଭୋଇ, ହେମନ୍ତ ବାରିକ, ଲୋକନାଥ ବାରିକ, ଜଗମୋହନ ଭୋଇଙ୍କ ଅନ୍ୟ ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ବିଜୟ ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.