csstore

ବସନ୍ତ ପଞ୍ଚମୀ ଉପଲକ୍ଷେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନରେ କବିତା ଆସର ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବସନ୍ତ ପଞ୍ଚମୀ ଉପଲକ୍ଷେ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଗତକାଲି ଏକ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ତଥା ଯୁବକବି ରାଧାମୋହନ ପୂଜାହାରୀଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ କବି ରାଜେନ୍ଦ୍ର ମହାନ୍ତି ସମ୍ପାଦନା କରିଥିଲେ । ଏହି ଅବସରରେ କବି ନରେନ୍ଦ୍ର ପଟେଲ, କବୟିତ୍ରୀ ପ୍ରମୋଦିନୀ ପଣ୍ଡା, କବୟିତ୍ରୀ ସବିତା ହୋତା, କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାସ, କବି ସରୋଜ ସାହୁ, କବି ଆଖଣ୍ଡଳ ଦାଶ, କବି ନରୋତ୍ତମ ପଧାନ, କବି ବେଦବ୍ୟାସ ମେହେର, କବୟିତ୍ରୀ ସୁଷମା ମଞ୍ଜରୀ ଦାଶ, କବୟିତ୍ରୀ ଭାରତୀ ଦାଶ, କବି ମକରଧ୍ବଜ ଛତର, କବୟିତ୍ରୀ ପ୍ରମିତା କୁମାରୀ ମିଶ୍ର, କବି ଚନ୍ଦ୍ରଭାନୁ ବେହେରା, କବି ଉମାକାନ୍ତ ଭୋଇ, କବୟିତ୍ରୀ ବାସନ୍ତୀ ଗୁରୁ, କବି ଆଶୁତୋଷ ଠାକୁର ତଥା କବୟିତ୍ରୀ ମୀରାବାଈ ପାଣିଗ୍ରାହୀ ଆଦି ଅନେକ କବି କବୟିତ୍ରୀ ଆସରରେ ଅଂଶଗ୍ରହଣ କରି ତଥା ନିଜ ନିଜ ସ୍ୱରଚିତ କବିତା ପାଠ କରି ଆସରକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଯୁବ କବି ତଥା ଅନୁଷ୍ଠାନର ସହ ସଂପାଦକ ରମଣୀ ରଞ୍ଜନ ବିଶ୍ୱାଳ କବି କବୟିତ୍ରୀମାନଙ୍କର କବିତାଗୁଡ଼ିକର ସମୀକ୍ଷା କରିଥିଲେ ତଥା ପାଠକୀୟ ଅଭିମତ ରଖିଥିଲେ । କାର୍ଯ୍ୟକ୍ରମକୁ କବୟିତ୍ରୀ ପ୍ରତିମା ବାରିକ ଓ କବୟିତ୍ରୀ ଭାରତୀ ପଣ୍ଡା ପରିଚାଳନା କରିଥିବା ବେଳେ ଶେଷରେ କବି ରମଣୀ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.