csstore

ଲାଉପୁଟ ଗ୍ରାମର କାଠମିଲ ଉପରେ ଚଢ଼ାଉ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଲାଉପୁଟ ଗ୍ରାମ ଏକ କାଠ ମିଲ ଉପରେ ଗତକାଲି ଖଲ୍ଲିକୋଟ ରେଞ୍ଜ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସୂଚନା ଅନୁସାରେ ଏଥିରେ ଉଠକ୍ଷିପ୍ତ ହୋଇ କିଛି ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଯାହାକୁ ନେଇ ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଶ୍ୱସ୍ଥ ସୂତ୍ରରୁ ଖବରପାଇ ଗଂଜାମ ତହସିଲଦାର ଅରୁଣ କୁମାର ନାୟକ, ରମ୍ଭା ଥାନା ଅଧିକାରୀ ରଶ୍ମି ରଞ୍ଜନ ବେହେରା, ବନ ବିଭାଗ ବ୍ରହ୍ମପୁର ଡିଭିଜନର ଏସ.ସି.ଏଫ ଅଶୋକ ବେହେରା, ଏ.ମାଧବୀ ଲତା, ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ, ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ, ଦିଗପହଣ୍ଡି, ସାମନ୍ତିଆ ପଲ୍ଲୀ ଓ ଖଲ୍ଲିକୋଟ ରେଞ୍ଜର ବନ ବିଭାଗ କର୍ତ୍ତୁପକ୍ଷ ଗ୍ରାମରେ ପହଞ୍ଚି ବନ ବିଭଗ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ କାଠ ମିଲ ଜବତ କରିବା ସହ କିଛି କାଠକୁ ଜବତ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.