ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

କାମାକ୍ଷନଗର : କାମାକ୍ଷାନଗର ଟାଙ୍ଗରପଡ଼ା ୫୩ ନମ୍ବର ଜାତୀୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଭୁବନ ଥାନା ମୁରୁଗା ଗ୍ରାମର ମଙ୍ଗରାଜ ନାଏକ ତାଙ୍କ ଶ୍ୱଶୁର ଘର ମଠକରଗୋଳା ଠାରେ ରହି କାମାକ୍ଷନଗର ମେଡ଼ିକାଲରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ସେ ସବୁଦିନ ଭଳି ଆଜି ସକାଳେ ମଧ୍ୟ ସାଇକେଲ ଯୋଗେ ମେଡ଼ିକାଲକୁ ଆସୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଟାଙ୍ଗରପଡ଼ା ଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ପରେ ଉତ୍‌କ୍ଷିପ୍ତ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବୀରେ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାରେ ଯିବା ଆସିବା ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.