ପି.ସି.ଦାସଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ସାଉରିଆ ଓ ସିଂହବରହମପୁର ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଦାସଙ୍କୁ ସୋମବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ବ୍ଲକ ପରିସରରେ ଆୟୋଜିତ ଉତ୍ସବରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ଏବିଡିଓ ପ୍ରଦୀପ୍ତ ନାୟକ, ଜିପିଓ ରତିକାନ୍ତ ସାହୁଙ୍କୁ ସମେତ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହି ଅବସରପ୍ରାପ୍ତ ଶ୍ରୀ ଦାସଙ୍କ କାର୍ଯ୍ୟଦକ୍ଷତା ଓ ବଂଧୁବତ୍ସଲତାର ପ୍ରଶଂସା କରିବା ସହ ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ସହିତ ଅନେକ ଉପହାର ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଷଡଙ୍ଗୀ ଅବସରପ୍ରାପ୍ତ ଶ୍ରୀ ଦାସଙ୍କୁ ପ୍ରଶଂସା କରିବା ସହ ସୁଖୀ ଓ ଦୀର୍ଘ ନିରାମୟ ଜୀଵନ କାମନା କରିଥିଲେ ।

Leave A Reply

Your email address will not be published.