csstore

ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ମା’ ମଙ୍ଗଳା ଦଳ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍‌.ଏ.ସି. ଅନ୍ତର୍ଗତ କପିଳ-ହରିଜନ ସାହିଠାରେ ମା’ଶ୍ୟାମାକାଳୀ ହ୍ୟାଣ୍ଡ ବଲ୍ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସୂର୍ଯ୍ୟ ନାୟକ ସ୍ମାରକୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ବେଗୁନିଆପଡାର ମା’ମଙ୍ଗଳା ଦଳ ବିଜେତା ହୋଇଥିବା ବେଳେ ଛତ୍ରପୁର ବ୍ଲକ ବାସନାପଲ୍ଲୀ ଗ୍ରାମ ଦଳ ରନର ଅବା ଉପ-ବିଜେତା ହୋଇଛନ୍ତି । ବେଗୁନିଆପଡା ମା’ମଙ୍ଗଳା ଦଳକୁ ଟ୍ରଫି ସହ ୬ ହଜାର ଟଙ୍କା ଏବଂ ବାସନାପଲ୍ଲୀ ଗ୍ରାମ ଦଳକୁ ଟ୍ରଫି ସହ ୪ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହିପରି ଶ୍ରେଷ୍ଠ ନେଟର୍ ଭାବେ ବେଗୁନିଆପଡା ମା’ମଙ୍ଗଳା ଦଳର ବାଦଲ, ଶ୍ରେଷ୍ଠ ହିଟର୍ ଭାବେ କାହ୍ନା ଓ ଶ୍ରେଷ୍ଠ ଖେଳାଳୀ ଭାବେ ବାସନାପଲ୍ଲୀ ଗ୍ରାମ ଦଳର ସନ୍ତୋଷ ଏବଂ ଶ୍ରେଷ୍ଠ ରେଫରୀ ଭାବେ ଗୋବିନ୍ଦଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଗତ ୨୬ ତାରିଖଠୁ ଆରମ୍ଭ ହୋଇଥିବା ବେଳେ ଗତକାଲି ଉଦ୍‌ଯାପିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ବରିଷ୍ଠ କଂଗ୍ରେସ ନେତା କାଳିଆ ରାଉଳ ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ଲକ୍ଷ୍ମୀପୁର ପଞ୍ଚାୟତ ସମିତିସଭ୍ୟ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡୀ, ଛତ୍ରପୁର ବିଜେପି ନଗର ମଣ୍ଡଳ ସଭାପତି ସଞ୍ଜିତ୍ କୁମାର ରାଉଳ, ସିପିଆଇ ନେତା ତଥା ଆଇନଜୀବୀ ଡି.ଆଦି ନାରାୟଣ ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ମା’ଶ୍ୟାମାକାଳୀ ହ୍ୟାଣ୍ଡ ବଲ୍ ସଂଘର ଲାଲା, ଦିପୁ, ସିମା, ରଞ୍ଜନ ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.