csstore

ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ ସ୍ଥାନୀୟ ଆମ୍ବପୁଆସ୍ଥିତ ପ୍ରତିଷ୍ଠାନର କେନ୍ଦ୍ରୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ ଆୟୋଜିତ ଏହି ଉତ୍ସବରେ ପ୍ରତିଷ୍ଠାନର ସଭାପତି ବିଜୟ କୁମାର ରଥ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଭେଷଜବିତ୍‌ ତଥା ସମାଜସେବୀ ପ୍ରଫେସର ଡ଼ା. ପି.ସି. ସାହୁ ଯୋଗଦେଇ ଓଡ଼ିଶାର ଦୃଷ୍ଟିହୀନମାନଙ୍କ ଶିକ୍ଷା ଏବଂ ଥଇଥାନ ଦିଗରେ ବିଜୟ ରଥଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଇଂ. ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ସମାଜସେବୀ ଡ଼. ଡ଼ମ୍ବରୁଧର ସାହୁ, ଭଗବତ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଇଂ. ଜୟଦେବ ପ୍ରଧାନ, ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଶିକ୍ଷାବିତ କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେବୀ ରାମକୃଷ୍ଣ ପାତ୍ର, ଦୃଷ୍ଟିହୀନ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ ଶତପଥୀ, ନିତ୍ୟାନନ୍ଦ ପାଢ଼ୀ, ରଜନୀକାନ୍ତ ପାଢ଼ୀ, କପିଳ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ଦୀର୍ଘ ୨୫ ବର୍ଷର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ୧୩ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ସହ ପ୍ରଫେସର ପି.ସି. ସାହୁ, ଡ଼. ଡ଼ମ୍ବରୁଧର ସାହୁ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର ଓ ଇଂ. ଜଗଦୀଶ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଦୃଷ୍ଠିହୀନ ବିଦ୍ୟାଳୟର ଅଧ୍ୟକ୍ଷା ମାଳତୀ ପ୍ରଭା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.