ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇ ସ୍ୱାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ କଦମପଡ଼ାର ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର କଦମପଡ଼ାର ରଞ୍ଜନା କୁମ୍ଭାର ନାମକ ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣି ଟାଉନଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ସ୍ୱାମୀ ବିଭୀଷଣ କୁମ୍ଭାର ଅନେକ ସମୟରେ ମଦ ପିଇ ରଞ୍ଜନାକୁ ମାରପିଟ୍‌ କରିବା ସହ ଗାଳିଗୁଲଜ କରୁଥିବା ବେଳେ ଗତ କିଛିଦିନ ତଳେ ଘରୁ ତଡ଼ି ଦେଇଥିବା ନେଇ ରଞ୍ଜନା ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ପାଖରେ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.