oom

ହମିରପୁର ଉନ୍ନୟନ ପରିଷଦ ପକ୍ଷରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦର ସଭାପତି ଡଃ ସୁମନ ଦତ୍ତ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ପ୍ରାକ୍ତନ ଉପମହାପ୍ରବନ୍ଧକ ତଥା ରିତ୍ତିକ ଭୁବନେଶ୍ୱର ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶିକ୍ଷାବିତ୍ ଡଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନିରଞ୍ଜନ ଦାସ, ଉପେନ୍ଦ୍ର ନାୟକ, ସୁରେଶ ଦଳବେହେରା, ଗଙ୍ଗାଧର ଦାଶ, ବାବୁ ପୁହାଣ, ମହେଶ୍ୱର ସାହୁ, ବିଷ୍ଣୁଶରଣ ନାୟକ, ମହେନ୍ଦ୍ର ପଣ୍ଡିତ, ଅକ୍ଷୟ ପୁହାଣ, ସୁରଥ ବାଗ ଓ ଅନ୍ୟାନ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଶେଷରେ ନିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.