csstore

କୋଟିପତି ଆଗଲପୁର ବ୍ଲକ୍‌ ମୁଖ୍ୟ କିରାଣୀ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇ ଜେଲ୍‌ ହାଜତ୍‌କୁ ଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଆଗଲପୁର ବ୍ଲକ ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସା’ଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ବେଳେ ତାଙ୍କ ପାଖରୁ ୧.୩୨ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ସେ ତାଙ୍କ ଦ୍ୱାରା ଠୁଳ ହୋଇଥିବା ୯୮% ସଂପତ୍ତି ଆୟର ସଠିକ୍‌ ତଥ୍ୟ ଭିଜିଲାନ୍ସ ବିଭାଗକୁ ଦର୍ଶାଇ ପାରି ନଥିବାରୁ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ୍‌ କରାଯାଇ ଭିଜିଲାନ୍ସ କୋର୍ଟ ସ୍ପେସାଲ୍‌ ଜଜ୍‌ଙ୍କ ପାଖରେ ହାଜର୍‌ କରାଯାଇଥିବା ବେଳେ ମାନ୍ୟବର ଜଜ୍‌ ଗିରଫ୍‌ ମୁଖ୍ୟ କିରାଣୀ ଶ୍ରୀ ସା’ଙ୍କୁ ଆଗାମୀ ଫେବୃଆରୀ ୮ ତାରିଖ ଯାଏଁ ଜେଲ୍‌ ହାଜତ୍‌କୁ ପଠାଇ ଦେଇଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.