ଫକୀର ଚରଣ ପାଢ଼ୀଙ୍କ ତିନୋଟି ପୁସ୍ତକ ଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଶାର ଜଣାଶୁଣା ସାରସ୍ୱତ ତଥା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ସାହିତ୍ୟିକ ଫକୀର ଚରଣ ପାଢ଼ୀଙ୍କ ତିନୋଟି ପୁସ୍ତକ ବଡ଼ଲୋକଙ୍କ ବହିପଢା, ଆଲୋକ ପାଇଁ ପ୍ରାର୍ଥନା ଏବଂ ମେଳର ବଳ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ଅବସରରେ ଡେଲାଙ୍ଗ ଷ୍ଟେସନ ସ୍ଥିତ ଶ୍ୟାମ ସୁନ୍ଦର ପାଠାଗାରକୁ ଆଇନଜୀବୀ ହୃଷୀକେଶ ପାଢ଼ୀ ଦାନ କରିଥିଲେ । ପାଠାଗାରର ପରିଚାଳକ ଶିକ୍ଷାବିତ ଜଗନ୍ନାଥ ମହାପାତ୍ର ଏହି ସାଧୁ ଉଦ୍ୟମର ଭୂୟସୀ ପ୍ରଶଂସା କରିବା ସହ ଶ୍ରୀଯୁକ୍ତ ଫକୀର ଚରଣ ପାଢ଼ୀଙ୍କର ସମସ୍ତ ଚାଳିଶ ଖଣ୍ଡ ପୁସ୍ତକ କ୍ରୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଉକ୍ତ ପୁସ୍ତକ ପାଠକ ମାନଙ୍କର ବୌଦ୍ଧିକ ବିକାଶରେ ସହାୟକ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.