oom

ୟୁପି ନିର୍ବାଚନ : ସମାଜବାଦୀ ପାର୍ଟିର ଷ୍ଟାର ପ୍ରଚାରକଙ୍କ ପ୍ରଥମ ତାଲିକା ପ୍ରସ୍ତୁତ : ବିଜେପି ଛାଡିଥିବା ଦୁଇଜଣ ମନ୍ତ୍ରୀଙ୍କୁ ମିଳିଲାନି ସୁଯୋଗ

jsmm

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ସମାଜବାଦୀ ପାର୍ଟି ପ୍ରଥମ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ଏସ୍‌ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମେତ ୩୦ ଜଣ ପ୍ରଚାରକଙ୍କ ନାମ ରହିଛି । ଏହା ସହିତ ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଦୁଇ ମୁସଲମାନ ନେତାଙ୍କ ନାମ ମଧ୍ୟ ଏସ୍‌ପି ପ୍ରଚାରକ ତାଲିକାରେ ଅଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଅନୁମୋଦନ ପରେ ରବିବାର ଦିନ ପ୍ରକାଶିତ ଏସ୍‌ପି ପ୍ରଚାରକଙ୍କ ତାଲିକାରେ ମୁଲାୟମ ଏବଂ ଅଖିଳେଶଙ୍କ ସମେତ ୩୦ ଜଣ ନେତାଙ୍କ ନାମ ସାମ୍‌ନାକୁ ଆସିଛି । ତେବେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଉତ୍ତର ପ୍ରଦେଶର ୧୧ଟି ଜିଲ୍ଲାରେ ଫେବୃଆରୀ ୧୦ରେ ମତଦାନକୁ ହେବ ।

ଦଳର ଷ୍ଟାର ପ୍ରଚାରକ ଥିବା ରାମପୁର ସାଂସଦ ଆଜମ ଖାନ ଜେଲରେ ଥିବାରୁ ଏହି ତାଲିକାରେ ସେ ଅନ୍ତର୍ଭୁକ୍ତ ନାହାନ୍ତି । ବିଧାନ ପରିଷଦରେ ବିରୋଧୀଦଳର ନେତା ଅହମ୍ମଦ ହାସନ ଏବଂ ଏସ୍‌ପି ମହାରାଷ୍ଟ୍ର ୟୁନିଟ୍ ସଭାପତି ଅବୁ ଅସୀମ ଆଜମିଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ନାହିିଁ । ଆବୁ ଅସୀମ ଆଜମଗଡ ଜିଲ୍ଲାର ମୂଳ ବାସିନ୍ଦା ଏବଂ ଉତ୍ତରପ୍ରଦେଶର ପାର୍ଟି କାର୍ଯ୍ୟକ୍ରମରେ ତାଙ୍କର ସକ୍ରିୟତା ବେଶ୍‌ ଦୃଶ୍ୟମାନ ରହିଛି ।

ବିଜେପି ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏସ୍‌ପିରେ ଯୋଗ ଦେଇଥିବା ମୌର୍ଯ୍ୟଙ୍କୁ ହୁଏତ ଏକ ସ୍ଥାନ ମିଳିଥାଇ ପାରେ, କିନ୍ତୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏସ୍‌ପିରେ ଯୋଗ ଦେଇଥିବା ଦାରା ସିଂ ଚୌହାନ ଏବଂ ଧରମ ସିଂ ସାଇନି ସୁଯୋଗ ପାଇପାରି ନାହାନ୍ତି ।

jittmm
Leave A Reply

Your email address will not be published.