oom

ବଳରାମ ସିଂ ଯାଦବ ନାମକ କେହି ବଲାଙ୍ଗିର ଭାରତୀୟ ଜନତା ପାର୍ଟିରେ ନାହାନ୍ତି : ବିଜେପି ଜିଲ୍ଲା ସଭାପତି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳରାମ ସିଂ ଯାଦବ ନାମକ କେହି ବଲାଙ୍ଗିର ଭାରତୀୟ ଜନତା ପାର୍ଟିରେ ନାହାନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । କୁହାଯାଇଛି ଯେ, ଭାରତୀୟ ଜନତା ପାର୍ଟି, ବଲାଙ୍ଗିର ଜିଲ୍ଲା ତରଫରୁ ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ସର୍ବସାଧାରଣ ତଥା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଅବଗତି ନିମନ୍ତେ ଗୋଟାଏ ସମ୍ବେଦନଶୀଳ ଘଟଣା ଉପରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଯାଉଛି । ଗତ ୧୮ ତାରିଖ ଦିନ ଭାଜପା ପଞ୍ଜାବ ପ୍ରଦେଶର ଦଳୀୟ କାର୍ଯ୍ୟକ୍ରମରେ ଜଣେ ବଲାଙ୍ଗିରରେ ରହୁଥିବା ଏବଂ ବିଜୁ ଜନତା ଦଳ ସଙ୍ଗେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତି ନିଜକୁ ସମଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଓ ଛତିଶଗଡ଼ର କହି ଭାଜପାରେ ଯୋଗ ଦେବାକୁ ଚେଷ୍ଟା କରିଛନ୍ତି । ଏଭଳି ଅନୈତିକ କାମ କରୁଥିବା ବ୍ୟକ୍ତିଙ୍କୁ ଭାଜପା ଓଡିଶା ପ୍ରଦେଶ କିମ୍ବା ଭାଜପା, ବଲାଙ୍ଗିର ଜିଲ୍ଲା କୌଣସି ପରିସ୍ଥିତିରେ ଗ୍ରହଣ କରିବ ନାହିଁ । ଏହା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉକ୍ତି ବୋଲି ଦର୍ଶାଯାଇଛି । ପ୍ରେସ ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ଭାରତୀୟ ଜନତା ପାର୍ଟି ଏକ ରାଷ୍ଟ୍ରବାଦୀ ତଥା ନୀତି ଆଦର୍ଶକୁ ବିଶ୍ୱାସ କରୁଥିବା ଦଳ । ଏଭଳି ଅସାମାଜିକ କାର୍ଯ୍ୟ ଓ ନିଜ ପରିଚୟ ଲୁଚାଉଥିବା ବ୍ୟକ୍ତିଙ୍କୁ କେବେ ବି ଗ୍ରହଣ କରି ପାରିବ ନାହିଁ । ଏଭଳି ବ୍ୟକ୍ତି ଯିଏକି ନିଜକୁ ବଳରାମ ସିଂ ଯାଦବ ନାମରେ ନିଜର ପରିଚୟ ଦିଅନ୍ତି, ତାଙ୍କ ସାଙ୍ଗରେ କୌଣସି ପ୍ରକାର ରାଜନୈତିକ ସମ୍ପର୍କ ରଖିବେ ନାହିଁ କି ସେ ନିଜକୁ ଭାଜପାର କହିଲେ ବିଶ୍ୱାସ କରିବେ ନାହିଁ ବୋଲି ଜିଲ୍ଲା ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

jittmm
Leave A Reply

Your email address will not be published.