centurian jitm

ସ୍ୱାମୀ ସହ ଶ୍ୱଶୁର ଘର ଲୋକେ ମିଶି ସାତ ଥର ମୋର ଗର୍ଭ ନଷ୍ଟ କରାଇଲେ ଓ ଶେଷରେ ମତେ ଘରୁ ତଡ଼ିଦେଲେ : ନିର୍ଯାତିତା ଦାମେନୀ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ସହ ଶ୍ୱଶୁର ଘର ଲୋକେ ମିଶି ସାତ ଥର ମୋର ଗର୍ଭ ନଷ୍ଟ କରାଇଲେ ଓ ଶେଷରେ ମତେ ଘରୁ ତଡ଼ିଦେଲେ ବୋଲି ଜଣେ ନିର୍ଯାତିତା ମହିଳା ଦାମେନୀ ମେହେର ଅଭିଯୋଗ କରିଛନ୍ତି । ତୁରେକେଲା ନିକଟସ୍ଥ ସେମ୍‌ଲା ନିବାସୀ ଦାମେନୀ କହିଛନ୍ତି ଯେ, ଗତ ୧୦ ତାରିଖ ଦିନ ସେ ତାଙ୍କ ଭାଉଜଙ୍କ ସହ ତୁରେକେଲା ଥାନାକୁ ଅଭିଯୋଗ ପାଇଁ ଯାଇଥିବା ବେଳେ ଥାନାରେ ଅଭିଯୋଗ ପତ୍ର ନରଖି ୧୭ ତାରିଖ ଦିନ ଆସିବାକୁ କୁହାଯାଇଥିଲା । ୧୭ ତାରିଖ ଦିନ ସେମାନେ ପୁଣି ଯିବା ପରେ ଅପରାହ୍ନ ୫ଟା ସମୟରେ ଆସିବାକୁ ଥାନାରେ ତାଙ୍କୁ କୁହାଯାଇଥିଲା । ପୁଣି ସେଦିନ ସେମାନେ ଅପରାହ୍ନ ୫ଟାରେ ଥାନାରେ ଉପସ୍ଥିତ ହେବା ପରେ ଅଭିଯୋଗ ପତ୍ର ଗ୍ରହଣ କରାଯାଇ ରାତି ୮ଟା ଯାଏଁ ଥାନାରେ ଅଭିଯୋଗକାରିଣୀ ଦାମେନୀଙ୍କୁ ରଖି ପୁଣି ଫୋନ୍‌ କଲେ ଆସବ ବୋଲି କହି ତାଙ୍କୁ ଘରକୁ ଯିବା ପାଇଁ କୁହାଯାଇଥିଲା । ତେବେ ଆଜିଯାଏଁ ଥାନାରୁ କୌଣସି ଫୋନ୍‌ ନଆସିବାରୁ ଆଜି ନ୍ୟାୟ ଆଶାରେ ଦାମିନୀ ଏସ୍‌ପି.ଙ୍କୁ ଗୁହାରୀ କରିବା ପାଇଁ ବଲାଙ୍ଗିର ସହରରେ ପହଂଚିଛନ୍ତି । ସୂଚନା ଯୋଗ୍ୟ ଯେ, ଦାମିନୀ ମେହେର ସେଲ୍‌ମା ଗାଁର ଜଣେ ଗରିବ ପରିବାରର ଝିଅ । ଛୋଟ ବେଳୁ ସେ ତାଙ୍କ ବାପାଙ୍କୁ ହରାଇଛନ୍ତି । ତାଙ୍କର ଦୁଇ ଭାଇ କୁଲି ମଜୁରୀ କରି କୁଟୁମ୍ବ ପ୍ରତିପୋଷଣ କରନ୍ତି । ତେବେ ୨୦୧୧ ମସିହାରେ ଦାମିନୀଙ୍କ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ସେଲ୍‌ମା ଗ୍ରାମର ହେମରାଜ ମେହେର ନାମକ ଜଣେ ଯୁବକ ଜାତି ସମାଜକୁ ତଥା ଦାମିନୀଙ୍କ ପରିବାରବର୍ଗଙ୍କୁ ଧମକ୍‌ ଚମକ୍‌ ଦେଇ ଜୋର୍‌ ଜବର୍‌ଦସ୍ତ ଦାମେନୀଙ୍କୁ ଟାଣି ନେଇଥିଲା । ପରେ ଦାମିନୀ ଓ ହେମରାଜ ପତିପତ୍ନୀ ଭାବେ ରହିଥିଲେ ସତ କିନ୍ତୁ ଦାମିନୀଙ୍କୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ଠାରୁ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼ିଥିଲା ବୋଲି ଦାମିନୀ କୋହଭରା କଣ୍ଠରେ କହିଛନ୍ତି । ଦାମେନୀ ଥରେ ନୁହେଁ କି ଦୁଇ ଥର ନୁହେଁ, ସାତ ସାତ ଥର ଜୋର୍‌ ଜବର୍‌ ତାଙ୍କୁ ଔଷଧ ଖୁଆଇ ଗର୍ଭ ନଷ୍ଟ କରାଯାଇଥିଲା । ପୁଣି ତାଙ୍କ ଉପରେ ଏସିଡ୍‌ ଢାଳି ତାଙ୍କୁ ଜୀବନରେ ମାରି ଦେବା ପାଇଁ ତାଙ୍କ ସ୍ୱାମୀ ପଦକ୍ଷେପ ନେଇଥିବା ସମୟରେ ସେ ଦେହର କପଡ଼ା ଫିଙ୍ଗି ଉଲଗ୍ନ ଅବସ୍ଥାରେ ପଡ଼ିଶା ଘରକୁ ଦୌଡ଼ି ଯାଇ ପ୍ରାଣ ରକ୍ଷା କରିଥିଲେ । ଏହାପରେ ଆଉ ସେ ଅତ୍ୟାଚାର ସମ୍ଭାଳି ନପାରି ୨୦୧୬ ମସିହାରେ ନିଜ ବାପ ଘରକୁ ଚାଲି ଆସି ଜାତି ସମାଜର ଆଶ୍ରୟ ନେଇଥିଲେ । କିନ୍ତୁ ଜାତି ସମାଜ ପକ୍ଷରୁ ଦୁହିଁଙ୍କୁ ଏକାଠି ରଖିବା ପାଇଁ ବାରମ୍ବାର ସଭା ଡକାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । ସ୍ୱାମୀ ହେମରାଜ ପତ୍ନୀ ଦାମେନୀକୁ ଗ୍ରହଣ କରିବା ପାଇଁ ସଂପୂର୍ଣ୍ଣ ମନା କରିଦେବା ପରେ ଅନୋନ୍ୟପାୟ ହୋଇ ଦାମେନୀ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.