ରକ୍ତଦାନ କରି ଗର୍ଭବତୀ ମହିଳାଙ୍କ ଜୀବନ ବଂଚାଇଲେ ରାଜଲକ୍ଷ୍ମୀ : ଶୁଭେଚ୍ଛା ଜଣାଇଲା ନାରୀ ଶକ୍ତି ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କାଳରେ ରକ୍ତ ଭଣ୍ଡାରଗୁଡିକରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ରକ୍ତ ନ ପାଇବାରୁ ଅନେକ ରୋଗୀ ମାନେ ହଇରାଣ ହେଉଛନ୍ତି । ତେବେ ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ରକ୍ତ ଭଣ୍ଡାରଠାରେ । ଏକ ଘରୋଇ ଚିକିତ୍ସାଳୟରେ ଚିକତ୍ସିତ ହେଉଥିବା ଜଣେ ଗର୍ଭବତୀ ମହିଳାଙ୍କୁ ତୁରନ୍ତ (ବିପିଜିଟିଭ୍‌)ରକ୍ତର ଆବଶ୍ୟକ ପଡିବା ଯୋଗୁଁ ରୋଗୀଙ୍କ ସଂପର୍କୀୟ ରକ୍ତ ନମିଳିବାରୁ ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନକୁ ରକ୍ତ ଯୋଗଡ ପାଇଁ ଅନୁରୋଧ କରିଥିଲେ । ଖବର ପାଇବା ମାତ୍ରେ ବଲାଙ୍ଗିର ଜିଲ୍ଲାର ନାରୀ ଶକ୍ତି ଫାଉଣ୍ଡେସନର ନୂତନ ଦାଶ ରାଜଲକ୍ଷ୍ମୀ ନାୟକଙ୍କୁ ଯୋଗଯୋଗ କରିଥିଲେ । ରାଜଲକ୍ଷ୍ମୀ ବଲାଙ୍ଗିର ରକ୍ତ ଭଣ୍ଡାକୁ ଆସି ରକ୍ତ ଦାନ କରିଥିଲେ । ହେଲେ ରାଜଲକ୍ଷ୍ମୀଙ୍କ ରକ୍ତ (ଓପଜିଟିଭ୍‌) ହୋଇଥିବାରୁ ରକ୍ତ ଭଣ୍ଡାରେ ରକ୍ତକୁ ଜଣଙ୍କ ଠାରୁ ବଦଳ କରି ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରାଯାଇ ତାଙ୍କ ଜୀବନ ବଂଚାଇଥିବାରୁ ରାଜଲକ୍ଷ୍ମୀଙ୍କୁ ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.