oom

ବଲାଙ୍ଗିର ସିଭିଲ୍‌ କୋର୍ଟ ପରିସରରେ ସବ୍‌ ଜଜ୍‌ କୋର୍ଟ ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ସାଢେ଼ ୯ଟା ସମୟରେ ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ଭର୍ଚୁଆଲ୍‌ ମାଧ୍ୟମରେ ସବ୍‌ ଜଜ୍‌ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡ.ଏସ୍‌. ମୁରଲିଧର ଏବଂ ବିଚାରପତି ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥ ଏହାକୁ ଉଦ୍‌ଘାଟନ କରିଛନ୍ତି । ଦେୱାନୀ ମାମଲାର ଆଶୁ ସମାଧାନ ପାଇଁ ଏହି ସବ୍‌ ଜଜ୍‌ କୋର୍ଟ ଉଦ୍ଦିଷ୍ଟ ବୋଲି କୁହାଯାଇଛି । ଏହି ଅବସରରେ ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର, ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ନୀତିନ କୁଶଲକର, ନୂତନ ଭାବେ ଯୋଗ ଦେଇଥିବା ବରିଷ୍ଠ ସିଭିଲ୍‌ ଜଜ୍‌ ଜନ୍ମେଜୟ ପଲେଇ, ବାର୍‌ ଏସୋସିଏସନ୍‌ ସଭାପତି ପ୍ରବୀଣ ମିଶ୍ର ପ୍ରମୁଖ ମଂଚାସୀନ ଥିବା ବେଳେ ସିଭିଲ୍‌ କୋର୍ଟ ଅଧିକାରୀ ପ୍ରୀତିରାଣୀ ନାଗ, ଅନୀଲ କୁମାର ଦାଶ, ସୁବ୍ରତ କୁମାର ମିଶ୍ର, ଶୁଭ୍ରାଂଶୁ ବାଗ, ସଂଜୀବ କୁମାର ନାୟକ ତଥା ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.